ଆୟୁଷ ମହାତ୍ରେଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ଅଣ୍ଡର-୧୯ କ୍ରିକେଟ ବିଶ୍ୱକପ ଫାଇନାଲରେ ଇଂଲଣ୍ଡକୁ ୧୦୦ ରନରେ ହରାଇ ଷଷ୍ଠଥର ପାଇଁ ଚାମ୍ପିଅନ ହୋଇଥିବାବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ବିଜୟୀ ଭାରତୀୟ ଦଳ ପାଇଁ ୭.୫ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ଏହି ପୁରସ୍କାର କୋଚିଙ୍ଗ ଏବଂ ସହାୟକ ସାମଗ୍ରୀ ତଥା ଜୁନିଅର କ୍ରିକେଟ କମିଟିକୁ ମଧ୍ୟ ଦିଆଯିବ । ଏହା ୧୯ ବର୍ଷରୁ କମ୍ ସ୍ତରରେ ବିସିସିଆଇ ଦ୍ୱାରା ଦିଆଯାଇଥିବା ସବୁଠୁ ବଡ଼ ପୁରସ୍କାର ରାଶି । ଜିମ୍ବାୱେରେ ଭାରତର ଷଷ୍ଠ ଟାଇଟଲ ବିଜୟର ଗୋଟିଏ ଦିନ ପରେ ବିସିସିଆଇ ସଚିବ ଦେବଜିତ ସାଇକିଆ ୧୯ ବର୍ଷରୁ କମ୍ ଦଳର ସଫଳତାକୁ ସମଗ୍ର ଦେଶ ପାଇଁ ଆନନ୍ଦର ମୁହୂର୍ତ୍ତ ବୋଲି ଘୋଷଣା କରିଛନ୍ତି । କହିରଖୁଛୁ ଯେ, ଫାଇନାଲରେ ଭାରତୀୟ ଦଳ ୪୧୧ ରନ କରିଥିଲା, ଯାହାର ଜବାବରେ ଇଂଲଣ୍ଡ ୩୧୧ ରନ କରିଥିଲା । ଭାରତୀୟ ଦଳର ବ୍ୟାଟସମ୍ୟାନ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮୦ ବଲରେ ୧୫ ଚୌକା ଏବଂ ୧୫ ଛକା ସହିତ ୧୭୫ ରନର ଏକ ଚମତ୍କାର ଏବଂ ରେକର୍ଡ ବ୍ରେକ୍ ଇନିଂସ ଖେଳିଥିଲେ । Post navigation ICC T20 World Cup 2026: ଆଜିଠାରୁ ପୁରୁଷ ଟ୍ୱେଣ୍ଟି-୨୦ ବିଶ୍ୱକପ୍ କ୍ରିକେଟ୍ PM Modi In Malaysia: ମାଲେସିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ