Mahanadi water dispute hearing postponed to March 14
ମହାନଦୀ ଜଳ ବିବାଦ ଶୁଣାଣି ଆସନ୍ତା ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଛି । ଫେବୃଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସ୍ପଟ୍ ଭିଜିଟ୍ କରିବା ପରେ ମାର୍ଚ୍ଚ ୧୪ ତାରିଖରେ ଶୁଣାଣି ଅନୁଷ୍ଠିତ ହେବ ।
 
ଏପ୍ରିଲ ୧୩ ତାରିଖରେ ଟ୍ରିବ୍ୟୁନାଲ ଅବଧି ଶେଷ ହେବାକୁ ଥିବା ବେଳେ ଓଡ଼ିଶା ଏବଂ ଛତିଶଗଡ଼ ସରକାର ଟ୍ରିବ୍ୟୁନାଲ ଅବଧି ୨୦୨୭ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।
 
ଟ୍ରିବ୍ୟୁନାଲ ଚେୟାରପର୍ସନ ପଦ ଖାଲି ଥିବାରୁ ୯ ମାସ କାର୍ଯ୍ୟ ହୋଇନଥିଲା, ଯାହା ଫଳରେ କାର୍ଯ୍ୟକ୍ରମ ବିଳମ୍ବିତ ହୋଇଛି ବୋଲି ଆଡଭୋକେଟ୍ ଜେନେରାଲ୍ ପୀତାମ୍ୱର ଆଚାର୍ଯ୍ୟ କହିଛନ୍ତି ।
 
ପରବର୍ତ୍ତୀ ଶୁଣାଣି ତାରିଖ ଏବଂ ଟ୍ରିବ୍ୟୁନାଲ ଅବଧି ବୃଦ୍ଧି ସମ୍ପର୍କରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ହିଁ ସ୍ପଷ୍ଟ ହେବ ।
 

By Nirvay

Leave a Reply

Your email address will not be published. Required fields are marked *