ଆଜିଠୁ ନକ୍ସଲ ମୁକ୍ତ ଅଞ୍ଚଳ ହେଲା କୋରାପୁଟ ଜିଲ୍ଲା । ମାଓ ଦମନ କ୍ଷେତ୍ରରେ କୋରାପୁଟ ପୋଲିସକୁ ଏକ ବଡ଼ ସଫଳତା ପ୍ରାପ୍ତି ହୋଇଛି । ଏ ନେଇ ଆଜି ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନଓ୍ୱର ବିଶାଳ ସିଂହ। ମହିଳା ନକ୍ସଲ ମମତା ପୋଡ଼ିଆମୀଙ୍କ ଆତ୍ମସମର୍ପଣ ପରେ ଘୋଷଣା କରିଛନ୍ତି ଡିଆଇଜି କନଓ୍ୱର ବିଶାଳ ସିଂହ । ପୋଲିସ ସୂତ୍ରଗୁଡ଼ିକ ନିଶ୍ଚିତ କରିଛନ୍ତି ଯେ AOB ମିଲିଟାରୀ ପ୍ଲାଟୁନର ସଦସ୍ୟ ମମତା ମାଓବାଦୀ ସହିତ ଜଡିତ ଅନେକ ମାମଲାରେ ଜଡିତ ଥିଲେ, ଯେଉଁଥିରେ କାଟେକଲ୍ୟାଣ ପିଏସ୍ କେସ୍ ନଂ. ୨୮/୨୦୨୩ ଆଇପିସି, ଅସ୍ତ୍ରଶସ୍ତ୍ର ଆଇନ, ବିସ୍ଫୋରକ ଆଇନ ଏବଂ UAPA ଧାରା ଅନ୍ତର୍ଭୁକ୍ତ। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ତାଙ୍କର ଅନ୍ୟାନ୍ୟ କାର୍ଯ୍ୟକଳାପର ତଦନ୍ତ ଚାଲିଛି। ଡିଆଇଜି କହିଛନ୍ତି ମମତା ପୋଡ଼ିଆମୀ ଛତିଶଗଡ଼ ବୀଜାପୁର ଜିଲ୍ଲା ପେମଡ ଥାନା ଲିଙ୍ଗାପୁରମ ଗ୍ରାମର ମୂଳ ବାସିନ୍ଦା ଅଟେ । ମମତା ପୋଡ଼ିଆମୀ ରାଇଫଲ୍, ମାଗାଜିନ୍ ଓ ୧୦ ଗୁଳି ସହ କୋରାପୁଟ ଏସପିଙ୍କ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଛନ୍ତି । ଓଡ଼ିଶା ସରକାରଙ୍କ ଘୋଷଣା ଅନୁଯାୟୀ ମମତାକୁ ୫ ଲକ୍ଷ ୫୦ ହଜାର ଟଙ୍କା ସହିତ ବନ୍ଧୁକ ପାଇଁ ୧ ଲକ୍ଷ ୬୫ ହଜାର ଟଙ୍କା ପ୍ରଦାନ କରାଯିବ । ଆତ୍ମସମର୍ପଣ ସମୟରେ ଅନ୍ତରୀଣ ସହାୟତା ରାଶି ବାବଦକୁ ୫୦ ହଜାର ଟଙ୍କା ଦିଆଯାଇଛି । ସେହିପରି ଅନ୍ତୋଦୟ ଗୃହ ଯୋଜନାରେ ଘର ଏବଂ ବିବାହ ପାଇଁ ୨୫ ହଜାର ଟଙ୍କା ସହାୟତା ଦିଆଯିବ । ସେହିପରା ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା ଆଦି ଦିଆଯିବ । Post navigation NDC Officers Meet Odisha CM: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ‘ନ୍ୟାସନାଲ୍ ଡିଫେନ୍ସ କଲେଜ୍’ ପ୍ରଶିକ୍ଷାର୍ଥୀ ଅଧିକାରୀଗଣ India-US Trade Agreement: ଭାରତ-ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରେ ଓଡ଼ିଶାକୁ ବିଶ୍ୱ ପ୍ରଯୁକ୍ତି ଏବଂ ବୟନଶିଳ୍ପରେ ମିଳିବ ଫାଇଦା: ମୁଖ୍ୟମନ୍ତ୍ରୀ