ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ୍ । ଯାଜପୁର ଜଖପୁରା ଷ୍ଟେସନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଟ୍ରାକ୍ରୁ ୩ଟି ବଗି ଖସି ପଡ଼ିଛି । ତେବେ ଉଦ୍ଧାର ପାଇଁ ଭଦ୍ରକରୁ ଗୋଟିଏ ଟିମ୍ ଯାଇଛି । ଜଖପୁରା ଟ୍ରେନ୍ ଦୁର୍ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇନଥିବା କଥା ପୂର୍ବତଟ ରେଳବାଇ ମୁଖ୍ୟ ଲୋକ ସଂପର୍କ ଅଧିକାରୀ ଜଣାଇଛନ୍ତି । ଦୁର୍ଘଟଣାର କାରଣ ଖୋଜିବା ପାଇଁ ଘଟଣାସ୍ଥଳକୁ ବରିଷ୍ଠ ଅଧିକାରୀ ଯାଇଛନ୍ତି । ସମସ୍ତ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଦୁର୍ଘଟଣା ପରେ ରେଳ ଚଳାଚଳ ପ୍ରଭାବିତ ହୋଇଥିବା ମଧ୍ୟ ଜଣାପଡିଛି । ଏହି ଦୁର୍ଘଟଣା ସମ୍ପର୍କରେ ବ୍ୟାପକ ତଦନ୍ତ କରାଯାଉଛି ବୋଲି ରେଳବାଇ ପକ୍ଷରୁ ଜଣାଯାଇଛି । ଦୁର୍ଘଟଣାର କାରଣ ନିରୂପଣ ପାଇଁ ବିଶେଷଜ୍ଞ ଟିମ୍ ଗଠନ କରାଯାଇପାରେ । Post navigation U19 World Cup 2026: ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ଭାରତ Spelling Change Of 24 Places In Odisha: ୧୧ ଟି ଜିଲ୍ଲାର ୨୪ ଜାଗାର ଇଂରାଜୀ ନାଁ ହେବ ସଂଶୋଧନ