ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ନାସାରେ ୨୭ ବର୍ଷ କାର୍ଯ୍ୟ କରିବା ପରେ ଅବସର ନେଇଛନ୍ତି । ୱିଲିୟମ୍ସ ୧୯୯୮ ମସିହାରେ ନାସାରେ ଯୋଗ ଦେଇଥିଲେ । ତିନୋଟି ମିଶନରେ ୬୦୮ ଦିନର ମହାକାଶ ଯାତ୍ରା ଏବଂ ଅଗଣିତ ରେକର୍ଡ ସହିତ NASA କୁ ସେ ବିଦାୟ ଦେଇଛନ୍ତି । ସୁନିତା ୱିଲିୟମ୍ସ ମହାକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି । ମହାକାଶରେ ପଦଚାରଣ (ସ୍ପେସ୍ ୱାକ୍) କରି ସେ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଥିଲେ । ତାଙ୍କ ଶେଷ ଆଠ ଦିନିଆ ଯାତ୍ରାରେ ମହାକାଶକୁ ଯାଇଥିବା ୱିଲିୟମ୍ସ ପ୍ରାୟ ନଅ ମାସ ପରେ ଫେରିପାରିଥିଲେ । ବର୍ତ୍ତମାନ ସେ ଭାରତରେ ଅଛନ୍ତି । ୱିଲିୟମ୍ସଙ୍କ ଅବସର ଗତ ବର୍ଷ ଡିସେମ୍ବର ୨୭ ତାରିଖରେ କାର୍ଯ୍ୟକାରୀ ହୋଇଥିଲା ବୋଲି ନାସା ଘୋଷଣା କରିଛି । ସୁନୀତା ୱିଲିୟମ୍ସଙ୍କ ପିତା ଦୀପକ ପାଣ୍ଡ୍ୟା ଗୁଜରାଟୀ ଥିଲେ । ପରେ ସେ ଆମେରିକା ଚାଲିଯାଇଥିଲେ । ସୁନୀତାଙ୍କ ମାଆ ଉର୍ସୁଲିନ୍ ବୋନି ପାଣ୍ଡ୍ୟା ସ୍ଲୋଭେନିଆରୁ ଥିଲେ । Post navigation Vice President to Visit Odisha: ଜାନୁଆରୀ ୨୩ରେ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି Atal Pension Yojana Extended: ୨୦୩୦-୩୧ ପର୍ଯ୍ୟନ୍ତ ଅଟଳ ପେନସନ ଯୋଜନାର ଅବଧି ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି