ଭଦ୍ରକ ଜିଲ୍ଲାର ଚାନ୍ଦାବାଲି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଏବଂ ହତ୍ୟା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ସିସିଟିଭି ଫୁଟେଜ୍ ଆଧାରରେ ୫ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା । ଏହା ସହ ଘଟଣାସ୍ଥଳରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ର ଛାନଭିନ୍ । ନ୍ୟାୟ ଦାବିରେ ୩ଟି ସ୍ଥାନରେ ଟାୟାର ଜାଳି ଲୋକଙ୍କ ରାସ୍ତା ଅବରୋଧ । ହାଟପଟି, ମଧୁବାବୁ ଛକ ଓ ବସ୍ଷ୍ଟାଣ୍ଡ ରେ ରାସ୍ତା ଅବରୋଧ କରିଛନ୍ତି । ବାଲିଗାଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟ ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିବା । ଭଦ୍ରକ ଏସପି ମନୋଜ ରାଉତ କହିଛନ୍ତି ଏହି ମାମଲାରେ ଗାଁ ର ୪ ଜଣ ଙ୍କୁ ସନ୍ଦେହରେ ଅଟକ ରଖିଥିବା ବେଳେ ଅନ୍ୟ ଜଣ କୁ ଜଗତସିଂପୁର ରୁ ଆଣୁଛି ପୋଲିସ । ତେବେ ସାଇନ୍ତିଫିକ ଟିମ, ସନ୍ଧାନୀ କୁକୁର ଓ ପୋଲିସ ଫୋର୍ସ ଘଟଣାସ୍ଥଳରେ ମୁତୟନ କରାଯାଇଛି । ଦୁଷ୍କର୍ମ ଘଟଣା ବିଷୟ ରେ ତଦନ୍ତ ଚାଲିଛି। ଏହି ଘଟଣାରେ ସନ୍ଧାନୀ କୁକୁର ପ୍ରଥମେ ଚାନ୍ଦବାଲି ରାମପଲ୍ଲୀ ଗ୍ରାମର ଗଣେଷ ଦାସ ଙ୍କ ଘରକୁ ଯାଇଥିଲା। ଫଳରେ ପୋଲିସ ଗଣେଷ ଦାସଙ୍କ ପରିବାରର ୪ଜଣଙ୍କୁ ସନ୍ଦେହ ରେ ଉଠାଇ ଆଣିଛି। ଜଗତସିଂହପୁରରୁ ମୁଖ୍ୟ ଅଭିଯୁକ୍ତକୁ ଉଠାଇ ଆଣିଲା ପୋଲିସ। ମୁଖ୍ୟ ଅଭିଯୁକ୍ତ ବୋଲି ଆଶା କରାଯାଉଥିବା ଗଣେଷ ଦାସଙ୍କ ପୁଅ ବବଲୁ ଦାସ କୁ ଜଗତସିଂହପୁରରୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଯୋଗ୍ୟ; ଝିଅଟିର ବାପା ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ମଙ୍ଗଳବାର ସନ୍ଧ୍ୟାରୁ ନିଖୋଜ ରହିଥିଲା। ନାବାଳିକା ଜଣକ ତାଙ୍କ ପରିବାରକୁ ସ୍କୁଲ ଯାଇଥିଲ। ସେଠାରୁ ଫେରି ନଥିବା ବେଳେ ନାବାଳିକାକୁ ଚାରିଆଡ଼େ ଖୋଜିଥିଲେ ପରିବାର ଲୋକେ। ଏହା ପରେ ଏକ ଘନ ଜଙ୍ଗଲରୁ ୧୦ ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର କରାଯାଇଥିଲା। ଝିଅଟିକୁ ବଳାତ୍କାର ଏବଂ ହତ୍ୟା କରାଯାଇଥିଲା, ଏବଂ ଅପରାଧରେ ସମ୍ପୃକ୍ତ ଲୋକମାନେ ମୃତଦେହକୁ ବୁଦାରେ ଫିଙ୍ଗି ଦେଇଥିଲେ। ଉତ୍ତ୍ୟକ୍ତ ସ୍ଥାନୀୟ ଲୋକମାନେ ଝିଅର ମୃତ୍ୟୁ ପାଇଁ ଦାୟୀ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ଦାବି କରି ବାଲିଗାଁରେ ରାସ୍ତା ଅବରୋଧ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ଦୁର୍ବୃତ୍ତମାନେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି ଏବଂ ଅନ୍ଧାରରେ ତାଙ୍କ ମୃତଦେହକୁ ଏକ ବୁଦା ଅଞ୍ଚଳରେ ପକାଇ ଦେଇଛନ୍ତି। Post navigation Blue Bird Block2: ମହାକାଶକୁ ଗଲା ବ୍ଲୁ ବର୍ଡ ବ୍ଲକ-2 ସାଟେଲାଇଟ୍ Vigilance Raid: ଭିଜିଲାନ୍ସ ଜାଲରେ ସମ୍ବଲପୁର ବରିଷ୍ଠ ରାଜସ୍ୱ ସହାୟକ