ବଡ଼ ସଂକଟ ଘଡି ଭିତର ଦେଇ ଗତି କରୁଛି ବିଜୁ ଜନତା ଦଳ । କ୍ଷମତାରୁ ଯିବାର ଦୁଇବର୍ଷ ନପୁରୁଣୁ ବିଭାଜନର କଳାବାଦଲ ଘୋଟିଗଲାଣି ବିଜଦ ଆକାଶରେ । ଅନେକ ଦଳ ଭାଙ୍ଗି ନବୀନ ପଟନାୟକ ନିଜ ଦଳକୁ ସମୃଦ୍ଧ କରିଛନ୍ତି । ନିଜ ଦଳର ଶୀର୍ଷ ନେତାମାନଙ୍କ ସହ ବିଶ୍ବାସଘାତ କରିଛନ୍ତି । ଏବେ କର୍ମଫଳ ତାଙ୍କୁ ଓ ବିଜୁ ଜନତାଦଳକୁ ଅପେକ୍ଷା କରିଛି।

୨୬ତାରିଖରେ ବିଜଦର ୨୯ତମ ପ୍ରତିଷ୍ଠା ଦିବସ । କିନ୍ତୁ ଘମାଘୋଟ ପତିଆରା ଲଢେଇ ଆରମ୍ଭ ହୋଇସାରିଛି। ଏହି ଲଢ଼େଲର ଚୂଡାନ୍ତ ମୁଣ୍ଡି ମରାଯିବ ରାଜ୍ୟସଭା ନିର୍ବାଚନ ବେଳେ ଆସନ୍ତା ଏପ୍ରିଲ ୨ ତାରିଖରେ ରାଜ୍ୟସଭାର ୪ଟି ଆସନ ଖାଲି ପଡୁଛି । ଯେଉଁମାନଙ୍କର କାର୍ଯ୍ୟକାଳ ପୁରୁଛୁ ସେମାନେ ହେଲେ ମମତା ମହାନ୍ତ, ସୁଜିତ କୁମାର, ମୁନା ଖାଁ ଏ ଏବଂ ନିରଞ୍ଜନ ବିଶି। ମମତା ଏବଂ ସୁଜିତ ବିଜଦ ଟିକେଟରେ ଜିଣିଥିଲେ କିନ୍ତୁ ଯୋଗଦେଲେ ଭାଜପାରେ । ଉପ-ନିର୍ବାଚନରେ ଭାଜପା ଟିକେଟରେ ପୁଣି ରାଜ୍ୟସଭାକୁ ଗଲେ । ତେଣୁ ଯେଉଁ ୪ଟି ଆସନ ଖାଲି ପଡ଼ିବ ସେଥ‌ିପାଇଁ ଆସନ୍ତା ମାର୍ଚ୍ଚ ମାସରେ ନିର୍ବାଚନ ହେବ । ଏଣୁ ମଝିରେ ଜାନୁଆରୀ ଓ ଫେବୃଆରୀ। ବିଳଦର ଅବସ୍ଥା ଯାହା ନୂଆପଡ଼ା ଉପ-ନିର୍ବାଚନ ପରେ ଆହୁରି ସାଂଘାତିକ ହୋଇଯାଇଛି । ଦଳର ନେତୃତ୍ୱ ଯେଉଁ ହାରୁ ଗୋଷ୍ଠୀଙ୍କ ହାତରେ ଅଛି ସେମାନଙ୍କୁ ଜବରଦସ୍ତ ବିରୋଧ ଆରମ୍ଭ ହୋଇଗଲାଣି । ସବୁକିଛିର ପରସମାପ୍ତି ଘଟିପାରେ ରାଜ୍ୟସଭା ନିର୍ବାଚନ ବେଳେ ।

ବିଜଦର ଶକ୍ତି ଯାହା ଗୋଟିଏ ଆସନ ଆରାମରେ ଜିଣିବା କଥା । ହିସାବ ଅନୁଯାୟୀ ୩୧ଟି ପ୍ରଥମ ପସନ୍ଦ ଭୋଟ ପାଇଲେ ଜଣେ ରାଜ୍ୟସଭାକୁ ନିର୍ବାଚିତ ହେବେ । ଭାଜପା ପ୍ରଥମ ଦୁଇଟି ଆସନ ଦଖଲ କରିବ । ଚତୁର୍ଥ ଆସନଟି ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିବ । ଯଦି ନିରାପଦ ଆସନଟିରେ ବିଜଦ ସମସ୍ତଙ୍କ ପାଇଁ ଗ୍ରହଣୀୟ ପ୍ରାର୍ଥୀ ନବାଛେ ତେବେ ଏହି ଆସନଟି ମଧ୍ୟ କ୍ରସ ଭୋଟିଂ ଯୋଗୁ ହରାଇବା ବିଚିତ୍ର ନୁହେଁ । ନବୀନ ପଟନାୟକ ଅପରିଣାମଦର୍ଶୀ ନିଷ୍ପତ୍ତି ନେଇ ଯେଭଳି ନୂଆପଡ଼ା ଲାଗି ଅତାବିରାର ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କଲେ ସେଭଳି ପରୀକ୍ଷା ଯଦି ରାଜ୍ୟସଭା ନିର୍ବାଚନରେ କରିବେ ତେବେ ଭାଜପା ସବୁ ଚାରିଟି ଆସନ ଜିଣିବା ମଧ୍ୟ ଅସମ୍ଭବ ନୁହେଁ । ଏପରି କି କଂଗ୍ରେସ ମଧ୍ୟ ସମସ୍ତଙ୍କୁ ଚମକେଇପାରେ।

ବର୍ତ୍ତମାନର ପରିସ୍ଥିତି ଅନୁସାରେ ଜଦରେ ପ୍ରବଳ କ୍ରସ ଭୋଟି” ହେବ ରାଜ୍ୟସଭା ନିର୍ବାଚନରେ । ରାଜ୍ୟସଭା ନିର୍ବାଚନରେ କୌଣସି ଦଳ ହୁଇପ୍ ଜାରି କରିପାରିବ ନାହିଁ । ଅର୍ଥାତ ନିଜ ବିବେକ ଅନୁସାରେ ବିଧାୟକମାନେ ଭୋଟ ଦେଲେ ସେମାନଙ୍କ ସଭ୍ୟପଦ ରଦ୍ଦ ହେବ ନାହିଁ । ୨୦୧୭ରେ ନିର୍ବାଚନ କମିଶନଙ୍କ ଘୋଷିତ । ନୀତି ଅନୁସାରେ ଦଳୀୟ ପ୍ରାର୍ଥୀ ବଦଳରେ ଯଦି କେହି ଅନ୍ୟ ଦଳର ପ୍ରାର୍ଥୀଙ୍କୁ ଭୋଟ ଦିଏ ତେବେ ଦଳୀୟ ନେତୃତ୍ବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ କିନ୍ତୁ ସଦସ୍ୟ ପଦ ଯିବ ନାହିଁ ।

ଏହି ବ୍ୟବସ୍ଥା ବିଜଦର ବିଧାୟକମାନଙ୍କୁ ନେତୃତ୍ୱ ବିରୋଧରେ ରାଗ ସୁଝାଇବା ପାଇଁ ଏକ ବଡ଼ ଅସ୍ତ୍ର ହେବାକୁ ଯାଉଛି। ତେବେ ସମସ୍ତଙ୍କ ପସନ୍ଦ ଅନୁସାରେ ଏବଂ ସମସ୍ତଙ୍କ ମତାମତ ନେଇ ଯଦି ସଭାପତି ନବୀନ ପଟନାୟକ ପ୍ରାର୍ଥୀ ମନୋନୟନ କରନ୍ତି, ତେବେ ହୁଏତ ଜଣେ ରାଜ୍ୟସଭାକୁ ନିର୍ବାଚିତ ହୋଇପାରିବେ। ବଳକା ଭୋଟ ଭାଜପା କିମ୍ବା ଅନ୍ୟ କେଉଁ ସ୍ଵାଧୀନ ପ୍ରାର୍ଥୀଙ୍କ ଆଡ଼କୁ ଯାଇପାରେ। ତେଣୁ ଆଗାମୀ ରାଜ୍ୟସଭା ନିର୍ବାଚନ ବିଜଦ ପାଇଁ ସବୁଠୁ ବଡ଼ ଅଗ୍ନି ପରୀକ୍ଷା ହେବ।

Leave a Reply

Your email address will not be published. Required fields are marked *