ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଉପକୂଳରୁ ଉପାନ୍ତ ସବୁଠି ହାଡଭଙ୍ଗା ଶୀତ । ପାରଦ ତଳମୁହାଁ ହେବା ସହ ପ୍ରବଳ ଶୀତକୁ ଜାଡ କଲବଲ କରୁଛି । ସଞ୍ଜ ନଇଁଲେ ଶୀତର ପ୍ରକୋପ ବଢ଼ିବାରେ ଲାଗୁଛି । କିଛି ଦିନ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ରହୁଛି । ସକାଳ ସନ୍ଧ୍ୟାରେ ଘନ କୁହୁଡ଼ି ଛାଇ ରହୁଥିବାରୁ ଦୃଶ୍ୟମାନ ଦୂରତା କମ୍ ରହୁଛି । ଏଭଳି ସ୍ଥିତି ଆହୁରି ୭ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହିତ ହେବ । ପ୍ରବଳ ଥଣ୍ଡା ସହ ଅନେକ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ଏହାସହ ହାଡଭଙ୍ଗା ଶୀତ ସହ ଘନ କୁହୁଡିର ଏକ ଆସ୍ତରଣ ସକାଳ ୧୦ଟା ପର୍ଯ୍ୟନ୍ତ ଢାଙ୍କି ରଖୁଛି । ଭୁବନେଶ୍ବରର ଦିନ ତାପମାତ୍ରା ୨୭.୬ ଡିଗ୍ରି ରହିଥିବା ବେଳେ କଟକରେ ରହିଥିଲା ୨୫ ଡିଗ୍ରି । ଏଥିସହ ରାଉରକେଲା, ବଲାଙ୍ଗୀର, ସୋନପୁର, ଝାରସୁଗୁଡ଼ା ଓ ଫୁଲବାଣୀରେ ଘନ କୁହୁଡ଼ି ଦେଖାଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର ଓ ସୋନପୁରରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବ । Post navigation BJD Press Meet: ଶିଳ୍ପାୟନ ସ୍ୱପ୍ନ ବେଶୀ, ସତ କମ୍: ବିଜେଡି West Bengal Tourists Drown In Puri Sea: ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ; ପୁରୀ ସମୁଦ୍ରରେ ବୁଡ଼ିଗଲେ ୪ ବଙ୍ଗୀୟ ପର୍ଯ୍ୟଟକ