Congress will be an alternative to BJP, says Bhakta Das
ନୂଆପଡ଼ା ଉପନିର୍ବାଚନ ରେଜଲ୍ଟ ନେଇ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କଂଗ୍ରେସ ଆଗକୁ ଭାରତୀୟ ଜନତା ପାର୍ଟି ର ବିକଳ୍ପ ହେବାକୁ ଯାଉଛି ।ସେ ପୁଣି କହିଛନ୍ତି ଯେ, କଂଗ୍ରେସ ମୁଖ୍ୟ ବିରୋଧୀଦଳ ଭାବେ କାର୍ଯ୍ୟ କରୁଛି ଏବଂ ଅନ୍ୟ ଉପନିର୍ବାଚନ ତୁଳନାରେ ଆମ ଦଳ ଏଥର ଭଲ କରିଛି ।
 
ବିଜେଡି ସଭାପତି ନବୀନ ବାବୁ ନିର୍ବାଚନ ପ୍ରଚାର ପାଇଁ ଦୁଇ ଥର ନୂଆପଡ଼ା ଯିବା ସତ୍ତ୍ୱେ ତୃତୀୟ ସ୍ଥାନରେ ରହିଲେ ବୋଲି ଦାସ କହିଛନ୍ତି ।
 
ପିସିସି ସଭାପତି ଭକ୍ତଚରଣ ଦାସ ଗତକାଲି ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜର ପ୍ରତିକ୍ରିୟା ରଖି ନିର୍ବାଚନ ସଂଘର୍ଷର ପଥ ଫୁଲ ନୁହେଁ, କଣ୍ଟାରେ ପରିପୂର୍ଣ୍ଣ ବୋଲି କହିଥିଲେ ।
 
ସେ ପୁଣି କହିଥିଲେ ଯେ, ଏହା ଏକ ଲମ୍ବା ଲଢ଼େଇ; ଏହା ଆଜି କିମ୍ବା କାଲିର କଥା ନୁହେଁ । ଏହା ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏକ ଲଢ଼େଇ । ଆମକୁ କ୍ଷେତ୍ରରେ ରହିବାକୁ ପଡିବ ଏବଂ ଲଢ଼େଇ ଜାରି ରଖିବାକୁ ପଡିବ । ବିଜୟ କିମ୍ବା ପରାଜୟ ନିଶ୍ଚିତ ନୁହେଁ । ଆମକୁ ଲଢ଼ିବାକୁ ପଡିବ ।

By Nirvay

Leave a Reply

Your email address will not be published. Required fields are marked *