ଆଜି ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥି। ଏହାକୁ ପ୍ରଥମାଷ୍ଟମୀ ତଥା ପୋଢ଼ୁଆଁ ଅଷ୍ଟମୀ ବୋଲି କୁହାଯାଏ। ନଭେମ୍ବର ୧୨ ତାରିଖରେ ପ୍ରଥମାଷ୍ଟମୀ ପାଳନ କରାଯାଉଛି, ଯାହା ଓଡ଼ିଆ ଘରଗୁଡ଼ିକୁ ପାରମ୍ପରିକ ମିଠାର ଆନନ୍ଦଦାୟକ ସୁଗନ୍ଧ ଏବଂ ଉତ୍ସବର ଆନନ୍ଦର ଶବ୍ଦରେ ପରିପୂର୍ଣ୍ଣ କରିଥାଏ। ଆଜି ଦିନରେ ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି ଷଷ୍ଠୀଦେବୀଙ୍କର ପୂଜା କରାଯାଏ। କାରଣ, ଷଷ୍ଠୀଦେବୀ ହେଉଛନ୍ତି ‘ଜ୍ୟେଷ୍ଠାଦେବୀ’। ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ସ୍ନାନପରେ ନୂତନ ବସ୍ତ୍ର ପିନ୍ଧାଇ ଠାକୁରଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା’ ମାନେ ତାଙ୍କୁ ବନ୍ଦାପନା କରନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି । ପ୍ରଥମାଷ୍ଟମୀର ରୀତିନୀତି ମଧ୍ୟ ପରମ୍ପରା ସହିତ ଓଡ଼ିଶାର ଗଭୀର ସମ୍ପର୍କକୁ ଉଲ୍ଲେଖ କରେ। ପରିବାରଗୁଡ଼ିକ ସେମାନଙ୍କର ବଡ଼ ସନ୍ତାନକୁ ସମ୍ମାନ କରିବା ପାଇଁ, ସେମାନଙ୍କ ମଙ୍ଗଳ ପାଇଁ ଆଶୀର୍ବାଦ ପାଇବା ପାଇଁ ଏବଂ ସମୃଦ୍ଧି ଏବଂ ସୁଖରେ ପରିପୂର୍ଣ୍ଣ ଜୀବନ ପାଇଁ ପ୍ରାର୍ଥନା କରିବା ପାଇଁ ଏକାଠି ହୁଅନ୍ତି। ଏହି ଅବସରରେ ଘରେ ଘରେ ପିଠାପଣା ହେବ। ଷଠୀଦେବୀଙ୍କ ନିକଟରେ ବନ୍ଦାପନା ସହ ପୂଜା ବି କରାଯିବ। ଗୁରୁତ୍ୱପୂର୍ଣ୍ଣ ହେଉଛି, ପ୍ରଥମାଷ୍ଟମୀରେ ହେଉଥିବା ଏଣ୍ଡୁରୀ ପିଠା ହଳଦୀପତ୍ରରେ କରାଯାଏ । ତେବେ ଏହି ପରମ୍ପରା ଶ୍ରୀକ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳେ। ଶ୍ରୀଜୀଉଙ୍କ ମାମୁଘର ନିଆଳି ମାଧବ ମନ୍ଦିରରୁ ଗତକାଲି ଶ୍ରୀଜିଉଙ୍କ ମାମୁଘରୁ ଆସିଥିଲା ପ୍ରଥମାଷ୍ଟମୀ ଭାର ନୂଆ ବସ୍ତ୍ର ପିନ୍ଧି ପୂଜା ପାଇବେ ଶ୍ରୀଜୀଉ। ପରମ୍ପରା ଅନୁସାରେ ଶ୍ରୀଜୀଉମାନଙ୍କ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର, ଅରୁଆ ଚାଉଳ , ବିରି , ନଡିଆ , ଗୁଡ , ପାଚିଲା କଦଳୀ ଆସିଛି ମାମୁଁଘରୁ। କଟକ ଜିଲ୍ଲା ନିଆଳି ବ୍ଲକ ମାଧବସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ହେଉଛି ଶ୍ରୀ ଜଗନ୍ନାଥଙ୍କ ମାମୁଁଘର । କେଉଁ ଆବାହାମାନକାଳରୁ ମାଧବ ମନ୍ଦିର ପକ୍ଷରୁ ଜଗନ୍ନାଥଙ୍କୁ ପ୍ରଥମାଷ୍ଟମୀରେ ପୋଢୁଆଁ କରାଯାଉଛି। Post navigation Nuapada Bye-Election: ରେକର୍ଡ ମତଦାନ ପାଇଁ ନୂଆପଡାବାସୀଙ୍କୁ ଧନ୍ୟବାଦ ଜଣାଇଲେ ବିଜେପି ସଭାପତି Bargarh Dhanujatra: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ୧୫ରୁ ହେବ କଳାକାର ଚୟନ ପ୍ରକ୍ରିୟା