ନୂଆପଡ଼ା ଦଖଲ ପାଇଁ ତିନି ପ୍ରମୁଖ ଦଳ ଜୋରଦାର ଉଦ୍ୟମ ଚଳାଇଛନ୍ତି । ଏହାରି ମଧ୍ୟରେ ନିଜ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କ ଲାଗି ଭୋଟ ଭିକ୍ଷା କରିବା ଲାଗି ପୁଣି ଆସନ୍ତା କାଲି ନୂଆପଡ଼ା ଯିବେ ନବୀନ ପଟ୍ଟନାୟକ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଆସନ୍ତାକାଲି ନୂଆପଡ଼ାରେ ରୋଡ ଶୋ କରିବେ। ଗତ ୩ ତାରିଖରେ କୋମନାରେ ନବୀନ ବିରାଟ ଜନସଭା କରିଥିବା ବେଳେ ଆସନ୍ତାକାଲି ନୂଆପଡ଼ାରେ ରୋଡ ଶୋ କରିବାକୁ ଯାଉଛନ୍ତି। ଖରିଆର୍ ରୋଡ୍ ଓ ନୂଆପଡ଼ା ଏନ୍ଏସିରେ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି। ନବୀନ ଖରିଆର ଓ ନୂଆପଡ଼ା ଏନ୍ଏସିର ୬ଟି ସ୍ଥାନରେ ରୋଡ୍ ଶୋ କରିବା କାର୍ଯ୍ୟକ୍ରମ ରହିଛି। ବିଜେଡିର ସୂଚନା ଅନୁସାରେ ଖରିଆର ଏନ୍ଏସିର ଡଗ ଛକ, ବିଜୁ ପଟ୍ଟନାୟକ ଛକ, ଲଖମନିଆ ପେଟ୍ରୋଲ ପମ୍ପ ଛକ ଏବଂ ନୂଆପଡ଼ା ଏନ୍ଏସିର ସୂର୍ଯ୍ୟନଗର, ଗାୟତ୍ରୀ ମନ୍ଦିର ଓ ଏକତା ଚକଠାରେ ରୋଡଶୋ କାର୍ଯ୍ୟକ୍ରମ ରହିଛି। ସେହିପରି ପର୍କୋଡଠାରେ ଏକ ଜନସଭାକୁ ସେ ସମ୍ବୋଧିତ କରିବା ସମ୍ଭାବନା ରହିଛି। ଆସନ୍ତା କାଲି ପୂର୍ବାହ୍ନ ୧୧ରେ ନବୀନ ପଟ୍ଟନାୟକ ଖରିଆର ରୋଡ଼ ପୁଲିସ ଥାନା ନିକଟସ୍ଥ ପଡିଆରେ ପହଞ୍ଚିବେ । ସେଠାରୁ ଏକ ରୋଡ଼ ଶୋ’ରେ ନୂଆପଡ଼ା ପର୍ଯ୍ୟନ୍ତ ଆସିବେ । ପ୍ରଥମେ ଏହି ରୋଡ଼ ଶୋ’ ୧୧.୩୦ରୁ ଖରିଆର ରୋଡ଼ର ଡାଗାସ ଛକ, ବିଜୁ ପଟ୍ଟନାୟକ ଛକ, ଲକ୍ଷ୍ମୀ ନାରାୟଣ ଛକରେ ଉପସ୍ଥିତ ଜନତାଙ୍କୁ ଶ୍ରୀଯୁକ୍ତ ପଟ୍ଟନାୟକ ସମ୍ୱୋଧିତ କରିବେ । ଏହା ପରେ ରୋଡ଼ ଶୋ’ରେ ୧୨.୩୦ଟାରେ ନୂଆପଡ଼ା ଏନଏସିରେ ପହଞ୍ଚି ସୂର୍ଯ୍ୟନଗର ଛକ, ଗାୟତ୍ରୀ ମନ୍ଦିର ଛକ ଓ ଏକତା ଛକରେ ଜନତାଙ୍କୁ ଉଦ୍ବୋଧନ ଦେବେ । ଅପରାହ୍ନ ୩ଟାରେ ନୂଆପଡ଼ାର ପାରକୋଡ୍ ଠାରେ ଏକ ବିଶାଳ ସାଧାରଣ ସଭାକୁ ସମ୍ୱୋଧିତ କରିବା କାର୍ଯ୍ୟକ୍ରମ ରହିଛି । Post navigation Nuapada Bypoll: ନୂଆପଡାରେ ବିଜୟ ସଂକଳ୍ପ ସମାବେଶରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ