Naveen Patnaik To Hit Campaign Trail in Nuapada Again
ଆସନ୍ତା ୭ ତାରିଖରେ ପୁଣି ଥରେ ନୂଆପଡ଼ା ଯିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ଖରିଆର ରୋଡ୍‌ ଓ ନୂଆପଡ଼ା ବ୍ଲକରେ ପ୍ରଚାର କରିବେ ।
 
୭ ତାରିଖରେ ନବୀନ ଦ୍ଵିତୀୟ ଥର ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବା ସହ ଖରିଆର ରୋଡରୁ ନୂଆପଡା ଯାଏଁ ବିଶାଳ ରୋଡ ଶୋ କରିବେ । ନବୀନଙ୍କ ନୂଆପଡ଼ା ଗସ୍ତ କାର୍ଯ୍ୟକ୍ରମକୁ ନେଇ ଦଳର ନେତା ଓ କର୍ମୀ ବେଶ ଉତ୍ସାହିତ ଅଛନ୍ତି ।
 
ଏହାସହିତ ନବୀନ ଲୋକଙ୍କ ସହ ମିଶିବେ ଏବଂ କଥା ହେବେ ବୋଲି ଭିଡିଓ ବାର୍ତ୍ତାରେ କହିଛନ୍ତି ।
 
କହିରଖୁଛୁ ଯେ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଗତ ନଭେମ୍ବର ୩ ତାରିଖରେ କୋମନାରେ ପ୍ରଚାର କରିଥିଲେ ନବୀନ ପଟ୍ଟନାୟକ ।
 
ନୂଆପଡ଼ା ଉପନିର୍ବାଚନ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଲାଗି ପଡ଼ିଛନ୍ତି । ଘରକୁ ଘର ବୁଲି ପ୍ରଚାର ସାଙ୍ଗକୁ ଶୋଭାଯାତ୍ରାରେ କମ୍ପୁଛି ପ୍ରଚାର ମଇଦାନ ।

By Nirvay

Leave a Reply

Your email address will not be published. Required fields are marked *