ନୂଆପଡା କୋମନାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବେ ବିଜେଡି ମୁଖିଆ । ନୂଆପଡ଼ା ଉପ ନିର୍ବାଚନ ପାଇଁ ଜମିଲାଣି ପ୍ରଚାର । ନୂଆପଡ଼ାରେ ବିଜେଡି ପ୍ରଚାରର ମଙ୍ଗ ଧରିବେ ନବୀନ ପଟ୍ଟନାୟକ । ନବୀନଙ୍କ ଗସ୍ତକୁ ନେଇ ନୂଆପଡାବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି।

କୋମନା ବିଜେଡିର ଏକ ବଡ଼ ଭୋଟ୍ ବ୍ୟାଙ୍କ ହୋଇଥିବାରୁ ଏଠାରେ ଭୋଟ୍‌ ଯେମିତି ଭାଗ ନହୁଏ ସେଥିପାଇଁ ବଡ଼ ପ୍ଲାନ୍‌ କରିଛି ବିଜେଡି । ଆଉ ନବୀନଙ୍କ କୋମନା ଗସ୍ତ ବଡ଼ ପ୍ରଭାବ ପକାଇବ ବୋଲି ଆଶା ରଖିଛି ଦଳ । ତେବେ ନୂଆପଡ଼ା ପ୍ରଚାରରେ ନବୀନଙ୍କ ଏଣ୍ଟ୍ରିକୁ ନେଇ ଉତ୍ସାହିତ ଅଛି ବିଜେଡି କ୍ୟାମ୍ପ୍ । ନୂଆପଡ଼ାରେ ବିଜେଡିର ନିଶ୍ଚିତ ବିଜୟକୁ ନେଇ ଦମ୍ଭୋକ୍ତି କରିଛନ୍ତି ଦଳୀୟ ନେତା ।

Leave a Reply

Your email address will not be published. Required fields are marked *