ଆରବ ସାଗରରେ ବାତ୍ୟା ସମ୍ଭାବନା । ୨୪ ଘଣ୍ଟାରେ ଘନୀଭୂତ ହୋଇ ଗୋଟିଏ ଭୀଷଣ ବାତ୍ୟା ରୂପ ନେଇପାରେ।  କିନ୍ତୁ ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ରହିବ ନାହିଁ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ। ଉତ୍ତର ଆରବ ସାଗରରେ ସୃଷ୍ଟ ଗଭୀର ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ଗତ ୬ ଘଣ୍ଟା ହେବ ଘଣ୍ଟା ପ୍ରତି ୧୩ କିମି ବେଗରେ ସ୍ଥଳ ଭାଗକୁ ଅଗ୍ରସର ହେଉଛି । ଗଭୀର ଅବପାତର କେନ୍ଦ୍ର ସ୍ଥଳ ବର୍ତ୍ତମାନ ଗୁଜରାଟ ଦ୍ୱାରକାଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମରେ ୨୪୦ କିଲୋମିଟର, ପୋରବନ୍ଦରରୁ ପଶ୍ଚିମରେ ୨୭୦ କିମି, ନଲିୟାରୁ ୨୮୦ କିମି ଏବଂ ପାକିସ୍ତାନର କରାଚୀରୁ ଦକ୍ଷିଣରେ ୪୦୦ କିମି ଦୂରରେ ରହିଛି ।

ଅନ୍ୟପଟେ ଗଭୀର ଅବପାତ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବା ପରେ ଆନ୍ଧ୍ର ମୁହାଁ ହୋଇଛି । ଏହି ଗଭୀର ଅବପାତ ଧିରେ ଧିରେ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ଆଜି ମଧ୍ୟ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ । ଆଜି ବି ଘଡ଼ଘଡ଼ି ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ କଟକଣା ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *