ପୁଲିସ ଏସ୍ଆଇ ପରୀକ୍ଷା ବାତିଲ ନେଇ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି । ଉଦାହାରଣ ଦେଇ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଗତ ଜୁଲାଇ ମାସ ଠାରୁ ଏବେ ପର୍ଯ୍ୟନ୍ତ ୪ଥର ପରୀକ୍ଷା ବାତିଲ କରାଯାଇଛି । ୨୦୨୫ ଜୁଲାଇ ୨୦ ତାରିଖରେ ହେବାକୁ ଥିବା ସ୍ଵତନ୍ତ୍ର ଟିଚର ଇଲିଜିବିଲିଟି ପରୀକ୍ଷା-୨୦୨୫, ଓଏସ୍ଏସ୍ଏସ୍ସି ଦ୍ୱାରା ପରିଚାଳିତ ଆରଆଇ, ଏଆରଆଇ, ଅମିନ, ଆଇସିଡିଏସ୍ ସୁପରଭାଇଜର, ଏସ୍ଏଫ୍ଏସ୍ ପରୀକ୍ଷା ବାତିଲ କରାଯାଇଥିଲା । ସେହିଭଳି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ସ୍ପେଶାଲ ଓଟିଇଟି-୨୦୨୫ ପୁଣି ଥରେ ସ୍ଥଗିତ କରାଯାଇଥିଲା । ପରୀକ୍ଷାକୁ ନେଇ ବାରମ୍ବାର ସୃଷ୍ଟି ହେଉଥିବା ବିଭ୍ରାଟ ଓଡ଼ିଶାର ନିଯୁକ୍ତି ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଏବଂ ରାଜ୍ୟର ଲକ୍ଷ ଲକ୍ଷ ଚାକିରି ପ୍ରତ୍ୟାଶୀଙ୍କୁ ପ୍ରଭାବିତ କରୁଛି । ଏସବୁ ଶାସନର ବ୍ୟବସ୍ଥିତ ବିଫଳତାକୁ ଇଙ୍ଗିତ କରୁଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି । Post navigation ଝୁମ୍ପୁରାରେ ମା’ଦୁର୍ଗାଙ୍କ ପୂଜା ଅର୍ଚ୍ଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨ ଦିନ ହେବ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପଦଯାତ୍ରା; ନୂଆପଡ଼ା ନିର୍ବାଚନ ପରେ ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା