ଲଘୁଚାପ ବର୍ଷାରେ ଫିକା ପଡିବ ଦଶହରା । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ହୋଇପାରେ ପ୍ରବଳ ବର୍ଷା। ଆଜି ଘୂର୍ଣ୍ଣିଂବଳୟ ସୃଷ୍ଟି ହୋଇଥିବା ବେଳେ ଆସନ୍ତାକାଲି ଅବପାତର ରୂପ ନେବ। ଏହାର ପ୍ରଭାବରେ ୧ ଅକ୍ଟୋବର ବେଳକୁ ଏହା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୨ରେ ଅବପାତ ହୋଇ ପ୍ରବଳ ବର୍ଷିବ। ଏହାପରେ ୩ ତାରିଖରେ ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ଲଘୁଚାପ। ଏହାର ପ୍ରଭାବରେ ହିଁ ଅକ୍ଟୋବର ପହିଲାରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଲଘୁଚାପ ପ୍ରଭାବରେ ପୁଣି ଅକ୍ଟୋବର ପହିଲାରୁ ବଢିବ ବର୍ଷାର ପରିମାଣ । ଫଳରେ ମା’ଙ୍କ ମହାନବମୀ ଫିକାପଡିବା ସମ୍ଭାବନା ରହିଛି । ଏଥିସହିତ କାଲି ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୭ଟି ଜିଲ୍ଲା ହେଉଛି ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରିକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟା ପାଇଁ ସାରା ରାଜ୍ୟକୁ ବିଜୁଳି ଘଡଘଡ଼ି ସହ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Leave a Reply

Your email address will not be published. Required fields are marked *