ପର୍ବପର୍ବାଣି ବିଶେଷ କରି ଦଶହରା ଓ ଦୀପାବଳିକୁ ଦୃଷ୍ଟିରେ ରଖି ଓଡିଶା ପୋଲିସ ‘ଅପରେସନ ଅଗ୍ନି’ ଆଧାରରେ ବେଆଇନ ବାଣ ବିକ୍ରେତାଙ୍କ ଉପରେ ଚଢ଼ାଉ ଜାରି ରଖିଛି । “ଅଗ୍ନି” ଅଭିଯାନ ଫଳରେ ରାଜ୍ୟରେ ବେଆଇନ ଆତସବାଜି ଓ ବିସ୍ଫୋରକ ବ୍ୟବସାୟରେ ରୋକ ଲାଗି ପାରିଛି । ମାତ୍ର ୨ ସପ୍ତାହରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୮ କୋଟି ୨୪ ଲକ୍ଷ ଟଙ୍କାର ବାଣ ଜବତ ହୋଇଛି । ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୫ କୋଟି ଓ ଅନୁଗୁଳରୁ ଦେଢ଼ କୋଟି ମୂଲ୍ୟର ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ସର୍ବମୋଟ ୧୮୪ଟି ମାମଲା ରୁଜୁ ହୋଇଥିବା ବେଳେ, ୧୩୩ ଜଣଙ୍କୁ ଗିରଫ ଏବଂ ୪୫ ନୋଟିସ ଜାରି କରାଯାଇଛି । Post navigation କେନ୍ଦ୍ରୀୟ ଡେପୁଟେସନରେ ଗଲେ ୨ ଆଇଏସ ଅଧିକାରୀ