youtubers-and-tribal-villagers-united-to-stop-mining-in-balada-nageswari-hill
ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡ଼ା ମା ନାଗେଶ୍ୱରୀ ପାହାଡ଼ର ସୁରକ୍ଷା ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ୟୁଟ୍ୟୁବର ମାନଙ୍କ ସହ ଗ୍ରାମବାସୀ ମେଳି ହୋଇ ବୈଠକ ଆୟୋଜନ କରିଥିଲେ ।
 
ବିନା ଗ୍ରାମ ସଭାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହି ନାଗେଶ୍ୱରୀ ପାହାଡ଼କୁ ଲିଜ ଦେଇଥିବା ବେଳେ ଏହି ଲିଜକୁ ବାତିଲ ପାଇଁ ନାଗେଶ୍ୱରୀ ପାହାଡ଼ ଚତୁଃପାର୍ଶ୍ଵରେ ଥିବା ଗ୍ରାମପଞ୍ଚାୟତବାସୀ ସ୍ୱର ଉଠାଇଛନ୍ତି ।
 
ନନ୍ଦପୁର ବ୍ଲକର ଜୈବିକ ପର୍ଯ୍ୟଟନ ସ୍ଥଳୀ ବାଲଡ଼ା ନାଗେଶ୍ଵରୀ ଗୁମ୍ଫା ଓ ପାହାଡକୁ ଖଣିଖାଦାନ ମାନ୍ୟତା ଦେଇ ନିଲାମ କରିବା, ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ହଜାର ସଂଖ୍ୟାରେ ଅଭିଯୋଗ ପତ୍ର ଦେବା ପରେ ବି ଜନଶୁଣାଣିକୁ ପାରିତ କରିବାକୁ ନେଇ ସାଧାରଣରେ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇଛି । ଖଣି ଖନନ ଦ୍ୱାରା ଶହେରୁ ଉର୍ଦ୍ଧ ଝରଣା, ଅନେକ ଔଷଧ ବୃକ୍ଷ ନିଶ୍ଚିନ ହୋଇଯିବ ଯାହା ଦ୍ୱାରା ଆଦିବାସୀଙ୍କ ଜୀବନ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଛି ।
youtubers-and-tribal-villagers-united-to-stop-mining-in-balada-nageswari-hill
 
ନିଲାମ ସତ୍ଵାଧିକାରୀ କଳିଙ୍ଗ ଆଲୁମିନା ତରଫରୁ ପାହାଡ ପାର୍ଶ୍ଵ ଗ୍ରାମ ଗୁଡିକରେ ବିକାଶ ମୂଳକ କାର୍ଯ୍ୟ କରାଯାଉଥିଲେ ମଧ୍ୟ ଲୋକେ ଏଭଳି ଛୋଟ ଛୋଟ ପ୍ରଲୋଭନରେ ପଡ଼ିବୁ ନାହିଁ ବୋଲି ରୋକ୍ ଠୋକ୍ କହୁଛନ୍ତି ।
 
ରବିବାର ଏନେଇ ନାଗେଶ୍ଵରୀ ପାହାଡ ଉପରେ ରାଜ୍ୟର ବିଭିନ୍ନ ଜିଲ୍ଲାର ବିବାଦୀୟ ପାହାଡ ସୁରକ୍ଷା ସମିତିର ସଦସ୍ୟ, ଅବିଭକ୍ତ କୋରାପୁଟ ଜିଲ୍ଲାର ୟୁଟ୍ୟୁବର ମାନଙ୍କ ସହ ଗ୍ରାମବାସୀ ମେଳି ହୋଇ ବୈଠକ ଆୟୋଜନ କରିଥିଲେ । ବୈଠକ ପାଇଁ ପ୍ରଶାସନ ନିକଟରେ କୌଣସି ଆବେଦନ ହୋଇନଥିଲା ।
 
ପ୍ରଶାସନ ତରଫରୁ ଅନୁମତି ଦିଆଯାଇ ନଥିଲେ ମଧ୍ୟ ହଜାରରୁ ଉର୍ଦ୍ଧ ସଂଖ୍ୟାରେ ଆଦିବାସୀ, ଗ୍ରାମବାସୀ ମିଳିତ ହୋଇ ପାହାଡକୁ ଖଣି ଖାଦାନ ମାନ୍ୟତା ବଦଳରେ ଜୈବିକ ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶ କରିବାକୁ ମତପ୍ରକାଶ କରିଥିଲେ । ବୈଠକରେ ଚାଷୀ ମୂଲିଆ ଆଦିବାସୀ ସଂଘ ସଭାପତି ନାଚିକା ଲିଙ୍ଗା, ନିୟମଗିରି ସୁରକ୍ଷା ସମିତି ସଭାପତି କୃଷ୍ଣ ହିକକା, କୋଡ଼ିଙ୍ଗା ମାଳି ସୁରକ୍ଷା ସମିତି ସଭାପତି ବିଜୟ ଖିଲ, ମାଲକାନଗିରିରୁ ବୁଲି ମୁଦୁଲି ଓ ରମେଶ ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ ।
youtubers-and-tribal-villagers-united-to-stop-mining-in-balada-nageswari-hill
 
ଉପସ୍ଥିତ ୟୁଟୁବର ମାନଙ୍କୁ ପାହାଡ଼ ଓ ଗୁମ୍ଫାର ସୌନ୍ଦର୍ଯ୍ୟ ସହ ସ୍ଥାନୀୟ ଲୋକଙ୍କ ମତ, ପାହାଡ ଉପରେ ସରକାରଙ୍କ ଦୃଷ୍ଟିକୋଣ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରଚାର କରିବାକୁ ପରାମର୍ଶ ଦେଇଥିଲେ ।
ସ୍ଥାନୀୟ ପାହାଡ ସୁରକ୍ଷା ସମିତିର ଅଜୟ ମୁଦୁଲି, ବିଜୟ ମୁଦୁଲି, ଲକ୍ଷ୍ମୀ, ଲବ ଖିଲ ଜଗନ୍ନାଥ ପେଟିଆ ପ୍ରମୁଖ ବୈଠକ ପରିଚାଳନା କରିଥିଲେ । ଜିଲ୍ଲା ପ୍ରଶାସନ ଓ ପୋଲିସ ବୈଠକ ଉପରେ କଡା ନଜର ରଖିଥିଲା । ପ୍ରଶାସନ ତରଫରୁ ଏଭଳି ଆଲୋଚନା ସମାଲୋଚନା ଓ ବିରୋଧ ପ୍ରଦର୍ଶନ ବଦଳରେ ଲୋକେ ଏକ ନିର୍ଦ୍ଧିଷ୍ଟ ଫୋରମ୍ କୁ ଆସି ନାଗେଶ୍ୱରି ପାହାଡ଼ର ବିକାଶ, ଅଞ୍ଚଳବାସୀଙ୍କ ସମସ୍ୟା, ସମାଧାନ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଓ ଖଣି ସତ୍ଵାଧିକାରୀଙ୍କ ସହ ଆଲୋଚନା କରନ୍ତୁ ବୋଲି କୁହାଯାଇଛି ।
youtubers-and-tribal-villagers-united-to-stop-mining-in-balada-nageswari-hill

By Nirvay

Leave a Reply

Your email address will not be published. Required fields are marked *