ପୂଜା ପାଇଁ ସଜାଗ ହେଲା କମିଶନରେଟ ପୋଲିସ। କଟକ ଦୁର୍ଗା ପୂଜାରେ ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ କମିଶନରଙ୍କ ସୂଚନା । ପୋଲିସ କମିଶନର କହିଛନ୍ତି ୧୨୨ ପ୍ଲାଟୁନ୍ ଫୋର୍ସ ସହ ୬୦୦ ଅଫିସର ମୁତୟନ ରହିବେ । ପୂଜା ପାଇଁ ସହରରେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି । ୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମଧ୍ୟ ସୁରକ୍ଷା ପାଇଁ ମୁତୟନ। ଏହା ସହ ମହିଳା ଓ ଶିଶୁଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ସୁରକ୍ଷା ପାଇଁ CCTV ଓ ଡ୍ରୋନ୍ର ବ୍ୟବସ୍ଥା କରାଯାଇଛି । ସହରର ସମ୍ବେଦନଶୀଳ ସ୍ଥାନରେ ଆଇନ ଶୃଙ୍ଖଳା ପରିଚାଳନା ପାଇଁ ମୋଟ ୩୯ ଟି ଅତିରିକ୍ତ ପୋଲିସ ପୋଷ୍ଟ ସ୍ଥାପନ କରାଯାଉଛି। ପାଟ୍ରୋଲିଂକୁ ତୀବ୍ର କରାଯିବ, ଏବଂ ମୋବାଇଲ୍ ୟୁନିଟ୍ ପ୍ରସ୍ତୁତ ରହିବେ ବୋଲି କହିଛନ୍ତି ପୋଲିସ କମିଶନର । Post navigation ଜାତୀୟ ସିନିୟର କ୍ରିକେଟ ଟିମ୍ର ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା ମମିତା ମେହେର ହତ୍ୟାକାଣ୍ଡ ଘଟଣା; ପୁନଃ ତଦନ୍ତ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗୋବିନ୍ଦଙ୍କ ପତ୍ନୀ ଓ ଝିଅ