ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରୁ ନଭେମ୍ବର ୯ ଯାଏଁ ପଦଯାତ୍ରା କରିବ ବିଜେଡି। ମାସେ ଧରି ଚାଲିବ ଏହି ଅଭିଯାନ । ଏ ନେଇ ଆଜି ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ଉପସଭାପତି ଦେବୀ ମିଶ୍ର ଓ ବରିଷ୍ଠ ଉପସଭାପତି ପ୍ରମିଳା ମଲ୍ଲିକ । ଆଜି ସାମ୍ୱାଦିକ ସମ୍ମିଳନୀରେ ପ୍ରମିଳା ମଲ୍ଲିକ କହିଛନ୍ତି ଏ ବର୍ଷ ପାର୍ବଣକୁ ଦୃଷ୍ଟିରେ ରଖି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ଜନସଂପର୍କ ପଦଯାତ୍ରା ଅକ୍ଟୋବର ୨ ବଦଳରେ ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରୁ ଆରମ୍ଭ ହେବ। ଅକ୍ଟୋବର ୨ରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇ ଜନ ସଂପର୍କ ପଦଯାତ୍ରାର ସଂକଳ୍ପ ନିଆଯିବ। ବିଜେଡି ସରକାର ଯେଉଁ ରୂପାନ୍ତର ଆଣିଥିଲା, ସେ ନେଇ ଆଲୋଚନା ହେବ । ସେ ଆଉ ମଧ୍ୟ କହିଛନ୍ତି ଏହି ପଦଯାତ୍ରାରେ ଲୋକଙ୍କ ସମସ୍ୟା ନେଇ ଆଲୋଚନା ହେବ। ବିଜେପି ସରକାରର ବିଫଳତା ଓ ପ୍ରତାରଣା ସଂପର୍କରେ ଲୋକଙ୍କୁ ସଚେତନ କରାଯିବ। ଏହା ସହ ସେ ବିଜେପି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଓଡ଼ିଆ ଅସ୍ମିତା ଓ ପରିବର୍ତ୍ତନର ନାରା ଦେଇ ବିଜେପି କ୍ଷମତାକୁ ଆସିଥିଲା। କିନ୍ତୁ ପରିବର୍ତ୍ତନ ହୋଇଛି କେବଳ ରଙ୍ଗ ଓ ବିଭିନ୍ନ ଯୋଜନାର ନାଁ। ଏହା ସହ ନିଶା, ନାରୀ ନିର୍ଯାତନା, ଚାଷୀ ଶୋଷଣର ଅନୁଭୂତି। ପଂଚାୟତ ପ୍ରତିନିଧିଙ୍କ କ୍ଷମତା ହ୍ରାସ କରି ଅଫିସରରାଜ୍ କରିବାକୁ ବିଡିଓ ଓ ଜିଲ୍ଲାପାଳଙ୍କୁ ଦେଇଛନ୍ତି ଅଧିକ କ୍ଷମତା କରାଯାଇଛି । Post navigation ମିଥୁନ ମନହାସ ହେଲେ ବିସିସିଆଇ ଅଧ୍ୟକ୍ଷ ଜାତୀୟ ସିନିୟର କ୍ରିକେଟ ଟିମ୍ର ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା