ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍‌ ଗିରଫ । ଜାତୀୟ ସୁରକ୍ଷା ଆଇନ୍ ବଳରେ ଗିରଫ କଲା ଲଦାଖ ପୋଲିସ । ଲେହରେ ବ୍ୟାପକ ହିଂସା ପାଇଁ ସୋନମ ୱାଙ୍ଗଚୁକ୍‌ ଗିରଫ କରାଯାଇଛି ।ଉସୁକାଇବା ଭଳି ଭାଷଣ ଦେବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି। ଗତକାଲି ସିବିଆଇ ମଧ୍ୟ ସୋନମ୍ ସଂସ୍ଥାରେ ବିଦେଶୀ ପାଣ୍ଠି ନେଇ ଖୋଳତାଡ଼ କରିଥିଲା । ଏହା ସହିତ ଫେବୃଆରୀରେ ସୋନମଙ୍କ ପାକିସ୍ତାନ ଗସ୍ତ ନେଇ ମଧ୍ୟ ଯାଞ୍ଚ କରାଯାଇଥିଲା ।

ଜାତୀୟ ସୁରକ୍ଷା ଆଇନ (ଏନ୍ଏସ୍ଏ) ଅନୁସାରେ ୱାଙ୍ଗଚୁକଙ୍କୁ ଆଜି ୨ଟା ୩୦ ମିନିଟ୍ ସମୟରେ ଗିରଫ କରାଯାଇଛି । ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଏବଂ ସମ୍ବିଧାନ ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ଦାବିରେ ସୋନମ୍ ସେପ୍ଟେମ୍ବର ୧୦ରୁ ଆନ୍ଦୋଳନ ଆରମ୍ଭ କରିଥିଲେ । ୨୪ ସେପ୍ଟେମ୍ବରରେ ଲଦାଖରେ ହିଂସା ପରେ ସୋନମ୍ ଆନ୍ଦୋଳନରୁ ଓହରି ଥିଲେ । ବୁଧବାର ଲଦାଖରେ ହୋଇଥିବା ହିଂସାତ୍ମକ ପ୍ରତିବାଦରେ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୯୦ରୁ ଅଧିକ ଆହତ ହୋଇଥିଲେ।

Leave a Reply

Your email address will not be published. Required fields are marked *