ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ । ଓପିଏସ୍‌ସି ର ଫଳାଫଳ ଆଜି ପ୍ରକାଶିତ ହୋଇଅଛି । ମୋଟ୍ ୩୮୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ। ଏଥର ଟପ୍ ଟେନ୍‌ରେ ବାଜି ମାରିଛନ୍ତି ପୁଅ । ପ୍ରିୟାଂଶୁ ପାଲ ଓଏଏସ୍‌ ଟପ୍ପର। ପ୍ରିୟାଂଶୁ ପାଲ ଓଏଏସ୍‌ ଟପ୍ପର ହୋଇଥିବା ବେଳେ ଅନନ୍ୟା ମିଶ୍ର ଦ୍ବିତୀୟ, ଶୋଭନ ପଟ୍ଟନାୟକ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ମିର୍ଜା ଫାଇଜ ଅହମଦ କ୍ୟୁରେସି ଚତୁର୍ଥ, ପଞ୍ଚମରେ ଚିନ୍ମୟ ସାହୁ, ଷଷ୍ଠରେ ଅନ୍ତିମ ସ୍ବାଇଁ, ଶୈଳେଶ କୁମାର ଭୋଇ ସପ୍ତମରେ, ଅଷ୍ଟମରେ ମହମ୍ମଦ ନାଜିଫ ହାତିଫ, ନବମରେ ଚିନ୍ମୟ କୁମାର ପାଢ଼ୀ ଓ ଦଶମ ସ୍ଥାନରେ ରହିଛନ୍ତି ମିଲନ ମହାପାତ୍ର। ମୋଟ୍ ୩୮୯ ଜଣ ପରୀକ୍ଷାର୍ଥୀଙ୍କ ଭିତରୁ ୧୪୪ ମହିଳା ଅଛନ୍ତି । ଲୋକସେବା ଆୟୋଗର ୱେବସାଇଟ୍ www.opsc.gov.inରେ ଫଳାଫଳ ଉପଲବ୍ଧ ରହିଛି ।

ସୂଚନା ଯୋଗ୍ୟ; ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥଲା । ପ୍ରାରମ୍ଭିକ ପରୀକ୍ଷା, ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାର । ଗତ ଏପ୍ରିଲ ମାସରେ ମେନ୍ ପରୀକ୍ଷା ହୋଇଥିଲା । ସେହିପରି ଏଇ ମାସ ୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ପର୍ସନାଲ ଟେଷ୍ଟ ହୋଇଥିଲା ।

Leave a Reply

Your email address will not be published. Required fields are marked *