ବାୟୁସେନାର ଲଢୁଆ ବିମାନ ‘ମିଗ୍‌-୨୧’ ନେଲା ଅବସର ।ଚଣ୍ଡିଗଡ ବାୟୁସେନା ଘାଟିରେ ସ୍ୱତନ୍ତ୍ର ସେବା ନିବୃତ୍ତ ଉତ୍ସବ।ସେବା ଅବସର ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଦୀର୍ଘ ୬ ଦଶନ୍ଧି ଧରି ସେବା ଯୋଗାଉଥିଲା ‘ମିଗ୍‌-୨୧’ ।  ଭାରତୀୟ ବାୟୁସେନାର ସବୁଠାରୁ ଦୀର୍ଘ ସେବା ପ୍ରଦାନକାରୀ ଲଢ଼ୁଆ ବିମାନ ମିଗ୍‌-୨୧ ।

୧୯୬୩ରେ ରୁଷିଆଠାରୁ କିଣାଯାଇଥିଲା ‘ମିଗ୍‌-୨୧’ । ପ୍ରଥମ ସ୍କ୍ବାଡ୍ରନ୍‌ ଚଣ୍ଡିଗଡରେ ସ୍ଥାପନ କରାଯାଇଥିଲା । କାରଗିଲ୍‌ ଯୁଦ୍ଧ ବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଚଣ୍ଡିଗଡ ବାୟୁସେନା ଘାଟିରେ ‘ମିଗ୍‌-୨୧’ର ଶେଷ ଉଡ଼ାଣ । ପୂର୍ବତନ ବାୟୁସେନା ମୁଖ୍ୟ ଦିଲବାଗ ସିଂହ ଏହାକୁ ପ୍ରଥମେ ଉଡ଼ାଇଥିଲେ । ପରବର୍ତ୍ତୀ ସମୟରେ ୮୭୦ଟି ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରାଯାଇଛି । କାର୍ଗିଲ ଯୁଦ୍ଧଠାରୁ ନେଇ ବାଲାକୋଟ୍ ଏୟାର ଷ୍ଟ୍ରାଇକରେ ନିଜର ପରାକ୍ରମ ଦେଖାଇ ଶତ୍ରୁ ପକ୍ଷକୁ ଧରାଶାୟୀ କରିଛି । ୧୯୬୫, ୧୯୭୧ ଯୁଦ୍ଧ, ୧୯୯୯ କାର୍ଗିଲ୍ ଯୁଦ୍ଧ, ୨୦୧୯ ବାଲାକୋଟ୍ ଏୟାର ଷ୍ଟ୍ରାଇକରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମିଗ୍-୨୧ ।

Leave a Reply

Your email address will not be published. Required fields are marked *