ଭାରତର ସ୍ୱାସ୍ଥ୍ୟସେବା ଭବିଷ୍ୟତ ପାଇଁ ଚିକିତ୍ସା ଶିକ୍ଷାର ସମ୍ପ୍ରସାରଣ । ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ଡାକ୍ତରୀ ଶିକ୍ଷାକୁ ବିସ୍ତାର କରିବା ପାଇଁ ବଢ଼ିଲା ମେଡିକାଲ କଲେଜ ସିଟ୍ ସଂଖ୍ୟା। ୫୦୨୩ ନୂଆ MBBS ଓ ୫ ହଜାର ନୂଆ PG ସିଟ୍ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍ରେ ଅନୁମୋଦନ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଆଜି ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲଗୁଡ଼ିକର ଉନ୍ନତି ଓ ସମ୍ପ୍ରସାରଣ ପାଇଁ ସେଣ୍ଟ୍ରାଲି ସ୍ପନ୍ସର୍ଡ ସ୍କିମ୍ (CSS) ଫେଜ୍-IIIକୁ ଅନୁମୋଦନ ଦେଇଛି। ଏହା ଅଧୀନରେ ୫୦୨୩ MBBS ଓ ୫୦୦୦ PG ସିଟ୍ ବୃଦ୍ଧି କରାଯିବ। ଯେଉଁଥିପାଇଁ ଗୋଟିଏ ମେଡିକାଲ୍ ସିଟ୍ ପାଇଁ ସରକାରୀ ବ୍ୟୟ ୧.୫ କୋଟିକୁ ବୃଦ୍ଧି ହୋଇଛି । ଏ ନେଇ ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ୧୫,୦୩୪ କୋଟି ଟଙ୍କା ବ୍ୟୟରେ ଡାକ୍ତରୀ ଶିକ୍ଷାକୁ ବିସ୍ତାର କରିବା ଏବଂ ସାରା ଦେଶରେ ୫,୦୦୦ ନୂତନ ପିଜି ସିଟ୍ ଏବଂ ୫,୦୨୩ ଏମବିବିଏସ୍ ସିଟ୍ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲଗୁଡ଼ିକୁ ଆଧୁନିକୀକରଣ ନେଇ ଏହି ନିଷ୍ପତ୍ତି ନିଆଯାଇଛି। ୧୧ ବର୍ଷ ଭିତରେ ମେଡିକାଲ୍ କଲେଜ ସଂଖ୍ୟା ୩୮୭ରୁ ୮୦୮କୁ ବୃଦ୍ଧି ହୋଇଥିବା ଜଣାପଡ଼ିଛି । ୨୦୨୫-୨୬ରୁ ୨୦୨୮-୨୯ ମଧ୍ୟରେ ଏହି ଯୋଜନା ପାଇଁ ମୋଟ ୧୫୦୩୪.୫ କୋଟି ଟଙ୍କା ବ୍ୟୟ ହେବ, ଯେଉଁଥିରୁ କେନ୍ଦ୍ରର ଅଂଶ ୧୦୩୦୩.୨ କୋଟି ଓ ରାଜ୍ୟର ଅଂଶ ୪୭୩୧.୩ କୋଟି। ଏହା ଦେଶରେ ଡାକ୍ତରଙ୍କ ଉପଲବ୍ଧତା ବୃଦ୍ଧି, ନୂଆ ସ୍ପେସିଆଲିଟି ପ୍ରବର୍ତ୍ତନ ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ମଜବୁତ କରିବ। Post navigation କ୍ଷମତା ପାଇଁ ନୁହେଁ ସ୍ବାଭିମାନ ଓ ଆତ୍ମସମ୍ମାନ ପାଇଁ ନିରାଶ ହୋଇଛି: ଶ୍ରୀମୟୀ ମିଶ୍ର ଗତ ଏକ ବର୍ଷରେ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୀମୟୀଙ୍କ ଫଟୋ ଭିଡିଓ ଜାରି କଲା ବିଜେଡି