ଭୁବନେଶ୍ୱର ପାତ୍ରପଡ଼ା ହିଟ୍ ଆଣ୍ଡ ରନ୍ ମାମଲାରେ ଧରାପଡ଼ିଲା ଥାର୍ ମାଲିକ। ପୁରୀରୁ ଗିରଫ ହେଲେ ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତ ଥାର୍ ମାଲିକ ସୋମନାଥ ବେହେରା । ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର । ସ୍କର୍ପିଓ ଓ ଥାର୍ ରେସିଂ ପାଇଁ ମାଆ-ଝିଅଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇ ଅଭିଯୁକ୍ତମାନେ ଓଡ଼ିଶା ଛାଡ଼ି ହିମାଚଳପ୍ରଦେଶର ମନାଲି ବୁଲି ସାରି ଆସି ଦିଲ୍ଲୀରେ ଥିଲେ । କମିସନରେଟ ପୋଲିସ ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଗିରଫ କରିଥିବା ବେଳେ ଥାର୍ ଗାଡ଼ିର ମାଲିକକୁ ଗିରଫ କରିପାରି ନଥିଲେ । ଆଜି ପୁରୀରୁ ଗାଡିର ମାଲିକକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଅନ୍ୟପଟେ ଭୁବନେଶ୍ବର ଖଣ୍ଡଗିରି ଥାନାରେ ପାତ୍ରପଡ଼ା ହିଟ୍ ଆଣ୍ତ୍ ରନ୍ ଘଟଣାରେ ଅଭିଯୁକ୍ତ ଥିବା ଜାଣି ଥାନା ଆଗରେ ପ୍ରବଳ ଉତ୍ତେଜନା ଦେଖାଯାଇଛି । କିଲର ଥାର୍ ମାଲିକକୁ ଥାନାରେ ଦେଖି ତାତିଲେ ଫୁଲେଶ୍ବରୀ ବସ୍ତି ଲୋକେ । ଆମ ହାତରେ ଦେଇ ଦିଅ କହି ତାତିଲେ ଲୋକେ । ସୂଚନାଯୋଗ୍ୟ ଗତ ୯ ତାରିଖ ରାତିରେ ଫୁଲେଶ୍ବରୀ ବସ୍ତିରେ ରହୁଥିବା ରେବତୀ ନିଜ ପିଲାଙ୍କ ସହ ପଟିଆସ୍ଥିତ ନିଜ ଭାଇଙ୍କ ଘରକୁ ରାଖୀ ବାନ୍ଧିବାକୁ ଯାଇଥିଲେ। ସନ୍ଧ୍ୟାରେ ସେଠାରୁ ଫେରି ପାତ୍ରପଡ଼ା ଭି-୨ ସମ୍ମୁଖରେ ଏନ୍ଏଚ୍ ପାରିହେଉଥିଲେ। ଏହି ସମୟରେ ଏକ ଥାର୍ ଓ ସ୍କର୍ପିଓ ଗାଡ଼ି ରେସ୍ ଲଗାଇ ଦ୍ରୁତ ଗତିରେ ଆସୁଥିଲେ। ଥାର୍ ଗାଡ଼ିଟି ରେବତୀ ଓ ତାଙ୍କ ଝିଅ ରେଶମାଙ୍କୁ ଧକ୍କା ଦେଇଥିଲା। ଏହି ଘଟଣାରେ ମା ଓ ଝିଅ ଗୁରୁତର ହୋଇଥିଲେ । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣା ଦିନ ହିଁ ଝିଅକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାର ପରଦିନ ମା’ ଆଖି ବୁଜିଥିଲେ। ଦୁର୍ଘଟଣା ପରେ ଫେରାର ହୋଇଯାଇଥିଲେ ଡ୍ରାଇଭର। Post navigation ପୂଜା ପାଇଁ କର୍ମଚାରୀଙ୍କୁ ମିଳିବ ଆଗୁଆ ଦରମା ୧୪ ମାସରେ ବିଦ୍ୟୁତ ଆଘାତରେ ଯାଇଛି ୧୧୦ ଜଣଙ୍କ ଜୀବନ: କେଭି ସିଂଦେଓ