ନୂଆପଡ଼ାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନବୀନ ପଟ୍ଟନାୟକ। ବିଜୁ ଜନତା ଦଳ ର ବରିଷ୍ଠ ନେତା ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ନୂଆପଡାରେ ଆୟୋଜିତ ଶୋକସଭାରେ ଅନଲାଇନରେ ଯୋଗ ଦେଇଥିଲେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ସମୟରେ ନୂଆପଡାର ବିକାଶ କ୍ଷେତ୍ରରେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ନିଷ୍ଠା,ପ୍ରତିବଦ୍ଧତା ଓ କଠିନ ପରିଶ୍ରମ ପାଇଁ ସେ ସବୁଦିନ ମନେ ରହିବେ । ଶାନ୍ତ,ସରଳ ନିରହଂକାର ଗୁଣ ପାଇଁ ସମସ୍ତଙ୍କ ପ୍ରିୟ ଥିଲେ । ଢୋଲକିଆ ବାବୁଙ୍କ ଅଧୁରା କାମକୁ ପୁରା କରିବାକୁ ତାଙ୍କ ପରିବାର ସହ ବିଜୁ ଜନତା ଦଳ ଓ ସେ ନିଜେ ସମସ୍ତେ ଏକାଠି କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ ପଟ୍ଟନାୟକ। ଅନଲାଇନ ଜରିଆରେ ଯୋଗ ଦେଇ ନବୀନ ପଟ୍ଟନାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ପଟ୍ଟନାୟକ କହିଥିଲେ ଯେ ସ୍ବର୍ଗତ ଢୋଲକିଆ ବିଜୁ ଜନତା ଦଳ ର ଗୋଟେ ସ୍ତମ୍ଭ ଥିଲେ । ଦଳ କୁ ମଜଭୁତ କରିବାରେ ତାଙ୍କର ବିଶେଷ ଅବଦାନ ଥିଲା ।ସେ ସବୁବେଳେ ଲୋକଙ୍କ ସହ ଯୋଡି ହୋଇ ରହିଥିଲେ । ସାଧାରଣ ଲୋକଙ୍କ ସହ ସ୍ବର୍ଗତ ଢୋଲକିଆଙ୍କ ସମ୍ପର୍କ ବିଷୟ ଉଲ୍ଲେଖ କରି ନବୀନ ପଟ୍ଟନାୟକ କହିଛନ୍ତି, ସ୍ବର୍ଗତ ଢୋଲକିଆ ଲୋକଙ୍କ ସୁଖ ଦୁଃଖର ସାଥୀ ଥିଲେ। ସେ ବହୁବାର ବିଧାୟକ ହୋଇଛନ୍ତି, ମନ୍ତ୍ରୀ ହୋଇଛନ୍ତି କିନ୍ତୁ ତୃଣମୂଳ ସ୍ତରରେ ରେ ସବୁବେଳେ ଯୋଡ଼ି ହୋଇ ରହୁଥିଲେ। ନୂଆପଡ଼ାର ବିକାଶରେ ସ୍ବର୍ଗତ ଢୋଲକିଆଙ୍କ ଅବଦାନ ବିଷୟରେରେ ସ୍ମରଣ କରାଇ ବିରୋଧୀ ଦଳ ନେତା କହିଛନ୍ତି, ଭିତ୍ତିଭୂମି ବିକାଶ ବିଶେଷ କରି ନୂଆପଡ଼ାରେ ବିଜୁ ଏକ୍ସପ୍ରେସ ୱେ, ପିଇବା ପାଣି ଓ ଜଳସେଚନ କ୍ଷେତ୍ରରେ ଢୋଲକିଆ ବହୁତ ଭଲ କାମ କରିଛନ୍ତି।ଜନଜାତି ଭାଇ ଭଉଣୀମାନଙ୍କ କଲ୍ୟାଣ ସହ ଶିକ୍ଷା ଓ ସ୍ୱାସ୍ଥ୍ୟ ର ବିକାଶ ପାଇଁ ଢୋଲକିଆ ବାବୁଙ୍କ ବହୁତ ଅବଦାନ ରହିଛି। ସମାଜସେବା କ୍ଷେତ୍ରରେ ତାଙ୍କର ବିଶେଷ ପରିଚୟ ଥିଲା। ଗରିବ ଲୋକଙ୍କ ବିବାହ, ଚକ୍ଷୁ ଚିକିତ୍ସା ଶିବିର, ଭିନ୍ନକ୍ଷମ ଶିବିର ଆୟୋଜନ କରି ସେ ଲୋକଙ୍କ ସେବା କରୁଥିଲେ। ଅନେକ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାରାର ପୁନଃରୁଦ୍ଧାରରେ ନିଜକୁ ସାମିଲ କରିଥିଲେ। ତାଙ୍କର ଶାନ୍ତ ସରଳ ଅମାୟିକ ଓ ନିରହଂକାର ଗୁଣ ଯୋଗୁଁ ସେ ସମସ୍ତଙ୍କର ଆଦରଣୀୟ ଥିଲେ। ନବୀନ ପଟ୍ଟନାୟକ କହିଛନ୍ତି, ସ୍ବର୍ଗତ ଢୋଲକିଆ ଆଜି ଆମ ଭିତରେ ନାହାନ୍ତି ସତ କିନ୍ତୁ ନୂଆପଡାର ବିକାଶ ଓ ଲୋକଙ୍କ କଲ୍ୟାଣ ପାଇଁ ତାଙ୍କର ପ୍ରତିବଦ୍ଧତା, ନିଷ୍ଠା ଓ କଠିନ ପରିଶ୍ରମ ପାଇଁ ସେ ଲୋକଙ୍କ ହୃଦୟ ଜିତି ପାରି ଥିଲେ। ସେ ଲୋକଙ୍କ ପ୍ରିୟ ଥିଲେ ଏବଂ ସବୁବେଳେ ପ୍ରିୟ ହୋଇ ରହିଥିବେ। ଏ ଦୁଃଖ ସମୟରେ ସେ ନିଜେ ଏବଂ ପୁରା ବିଜୁ ଜନତା ଦଳ ଢୋଲକିଆ ବାବୁଙ୍କ ପରିବାର ସହ ରହିଛନ୍ତି ବୋଲି କହିଛନ୍ତି ନବୀନ ପଟ୍ଟନାୟକ। ଢୋଲକିଆଙ୍କ ପତ୍ନୀ କଳ୍ପନା ଜୀ ଓ ପୁଅ ଜୟଙ୍କୁ ଏବଂ ନୂଆପଡାବାସୀଙ୍କୁ ମଧ୍ୟ ନବୀନ ପଟ୍ଟନାୟକ ଗଭୀର ସମବେଦନା ଜଣାଇଥିଲେ। ଢୋଲକିଆ ବାବୁଙ୍କ ଅଧୁରା କାମ କୁ ପୁରା କରିବାକୁ ତାଙ୍କ ପରିବାର ସହ ସେ ନିଜେ ଓ ବିଜୁ ଜନତା ଦଳ ସମସ୍ତେ ଏକାଠି କାମ କରିବେ ବୋଲି ନବୀନ ପଟ୍ଟନାୟକ ପ୍ରତିଶୃତି ଦେଇଛନ୍ତି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ପୁଷ୍ପେନ୍ଦ୍ର ସିଂହଦେଓ, ଦିବ୍ୟ ଶଙ୍କର ମିଶ୍ର, କଳିକେଶ ସିଂହଦେଓ, ଅଧିରାଜ ପାଣିଗ୍ରାହୀଙ୍କ ସମେତ ବହୁ କର୍ମୀ ଏବଂ ଏହି ଅଞ୍ଚଳର ଜନସାଧାରଣ ଯୋଗ ଦେଇଥିଲେ। ସମସ୍ତେ ରାଜେନ୍ଦ୍ର ଢୋଲକିଆଙ୍କ ସ୍ମୃତି ଚାରଣ କରିଥିଲେ। Post navigation ଗତ ୩ ବର୍ଷରେ ୨୩ ହଜାର ୧୩୦ ଜଣ ନବଜାତଙ୍କ ହୋଇଛି ମୃତ୍ୟୁ: ମୁକେଶ ମହାଲିଙ୍ଗ ବଳଙ୍ଗା ପୀଡ଼ିତା ନିଜେ କିରାସିନି ଢ଼ାଳି ପୋଡ଼ି ହୋଇଥିଲେ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ