ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ସଚିବ ତଥା ୨୦୦୧ ବ୍ୟାଚ୍ ଆଇଏଏସ୍ ଅଫିସର ଶାଳିନୀ ପଣ୍ଡିତ ୫ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନ୍ରେ ଯିବେ । ଆଜି ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ସେ ଅର୍ଥ ସେବା ବିଭାଗର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ନେବେ । ଶାଳିନୀଙ୍କ ସମେତ ୩୫ ଅଧିକାରୀ କେନ୍ଦ୍ରକୁ ଯିବା ନେଇ ଅନୁମୋଦନ ମିଳିଛି । ପଣ୍ଡିତ ଏବେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ମିଶନ ଶକ୍ତି ବିଭାଗର ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ଓଡ଼ିଶାର ଅନ୍ୟ ଆଇଏଏସ୍ ଅଧିକାରୀ ଆଶିଷ ଠାକରେ, ନିକୁଞ୍ଜ ବିହାରୀ ଧଳ ଏବଂ ଆର ଭିନୀଲ କ୍ରିଷ୍ଣା କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ଏବେ ଶାଳିନୀଙ୍କ ନିଯୁକ୍ତି ହୋଇଛି । Post navigation କେନ୍ଦୁଝର ଠାରେ ‘ଜିରୋ ଆକ୍ସିଡେଣ୍ଟ ଡେ’ ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ