ଧିରେ ଧିରେ ସୁସ୍ଥ ହେଉଛନ୍ତି ବିରୋଧି ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଖୁବ ଶୀଘ୍ର ସେ ହସ୍ପିଟାଲରୁ ଡିସଚାର୍ଜ ହେବେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାରୁ ନବୀନ ପଟ୍ଟନାୟକଙ୍କୁ ଆଜି ଅପରାହ୍ଣରେ ସମ୍ ଅଲ୍ଟିମେଟ ମେଡିକେୟାରର ଅବଜରଭେସନ୍ ରୁମ୍‌ରୁ କ୍ୟାବିନ୍‌କୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି ଏବଂ ତାଙ୍କ କଣ୍ଡିସନ୍ ଷ୍ଟେବୁଲ ରହିଥିବା ସମ୍ମମ ପକ୍ଷରୁ ମେଡିକାଲ୍ ବୁଲେଟିନ୍‌ରେ କୁହାଯାଇଛି ।

ସୂଚନା ଯୋଗ୍ୟ; ଡିହାଇଡ୍ରେସନ୍ ଯୋଗୁଁ ଗତକାଲି ଅସୁସ୍ଥ ହୋଇ ପଡ଼ିଥିଲେ ନବୀନ । ତେଣୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅପରାହ୍ନ ୫ଟା ୧୫ରେ ତାଙ୍କୁ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ଚିକିତ୍ସା ପରେ ସୁସ୍ଥ ହେଉଛନ୍ତି ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *