କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସକୁ ମିଳିଛି ବଡ ସଫଳତା । ବେଆଇନ ବିସ୍ଫୋରକ ସାମଗ୍ରୀ ଚାଲାଣ ରାକେଟ୍କୁ ଠାବ କରିଛି ପୋଲିସ । ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଜଗନ୍ନାଥପୁର ଗ୍ରାମରୁ ୧୦ ଟନ୍ ବିସ୍ଫୋରକ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ତୁମୁଡ଼ିବନ୍ଧ ପୋଲିସ । ଯାହାର ଚେର ଗଞ୍ଜାମ ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଛି । ଅଭିଯୁକ୍ତ ଆମ୍ବପୁଆର ହେମନ୍ତ ସେଠୀ ଏହି ବିସ୍ଫୋରକ ସାମଗ୍ରୀ ସବୁ ଆନ୍ଧ୍ରପ୍ରଦେଶର କାକିନାଡାରୁ ଆଣୁଥିଲା । ଜିଲୋଟିନ୍ରୁ ମିଳିଛି କଂପାନୀ ତଥ୍ୟ । ମାଇନିଂ କଂପାନୀ ସହ ମାଓ ଲିଙ୍କ୍ ଥିବା କହିଛନ୍ତି ରାଜ୍ୟ ଆଣ୍ଟି ନକ୍ସଲ ଅପରେସନ ଏଡିଜି ସଞ୍ଜୀବ ପଣ୍ଡା । ମାଓବାଦୀଙ୍କୁ ମଧ୍ୟ ବିସ୍ଫୋରକ ସାମଗ୍ରୀ ଯୋଗାଣ ଆଶଙ୍କାକୁ ବି ତଦନ୍ତ ପରିସରଭୁକ୍ତ କରାଯାଇଥିବା ସୂଚନା ମିଳିଛି । Post navigation ଆସନ୍ତା ୪ ରେ ରାଜ୍ୟ ନିର୍ବାଚନ କମିଶନ ଆଗରେ ଧାରଣା ଦେବ କଂଗ୍ରେସ ସମ୍ବଲପୁରରେ ହେବ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ