ଜମ୍ମୁର କାଠୁଆରେ ବାଦଲଫଟା ବର୍ଷାର ତାଣ୍ଡବ । ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି। ଏହା ସହ ଜମ୍ମୁ-ପଠାନକୋଟ ଏନ୍ଏଚ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଘର ପୋତି ହୋଇଯାଇଥିବା ଅନୁମାନ କରାଯାଉଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବର୍ତ୍ତମାନ କ୍ଷୟକ୍ଷତି ଆକଳନ କରାଯାଇ ପାରି ନାହିଁ। ସୂଚନା ଯୋଗ୍ୟ; ଶନିବାର ଏବଂ ରବିବାର ମଧ୍ୟ ରାତିରେ କଠୁଆ ଜିଲ୍ଲାର ରାଜବାଗ ଅଞ୍ଚଳର ଯୋଡ ଭ୍ୟାଲି ଗାଁରେ ବାଦଲଫଟା ବର୍ଷା ହୋଇଛି। ଏହା ଫଳରେ ସେଠାରେ ଥିବା ଗାଁଟି ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ପ୍ରବଳ ବର୍ଷା କାରଣରୁ ରାଜପଥ କ୍ଷତିଗ୍ରସ୍ତ ହୋଇଛି । ପୋଲିସ ଏବଂ SDRF ଟିମ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ସ୍ୱେଚ୍ଛାସେବୀମାନଙ୍କ ସହ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୬ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଯାଇଛି । Post navigation ଆଗାମୀ ୧୨ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ ପ୍ରତାପ ଜେନାଙ୍କ ପୁଅ ନାଁରେ ଠକେଇ ଅଭିଯୋଗ