ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୭ଟି ଜିଲ୍ଲାରେ ୧୨ ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହି ନୋଟିସରେ ଅନୁଗୁଳଜିଲ୍ଲା ପାଳଲହଡ଼ା, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର, ବାଲେଶ୍ୱର ଜିଲ୍ଲା ବସ୍ତା ଓ ସିମୁଳିଆ, ମୟୂରଭଂଜ ଜିଲ୍ଲା ବେତନଟୀ, ବାଙ୍ଗିରିପୋଷି ଓ ଚିତ୍ରଡ଼ା, ରାୟଗଡ଼ା ଜିଲ୍ଲା ବିଶମକଟକ, ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଓ ବାମରା, ଭଦ୍ରକ ଜିଲ୍ଲା ତିହିଡ଼ି ଓ ଧୁଷୁରୀ ସାମିଲ ରହିଛି । ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଏହି ୧୨ଟି ସ୍ଥାନକୁ ଏନଏସି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । Post navigation ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଶିକ୍ଷକଙ୍କୁ ମୋହନ ସରକାର ପ୍ରତାରଣା କରନ୍ତୁ ନାହିଁ: ଭକ୍ତ ଦାସ