ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ ପାଇଁ ଧାର୍ଯ୍ୟ ହେଲା ଲଗ୍ନ । ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଆସନ୍ତା ମାସ ୨୮ ତାରିଖ ଦିନ ସକାଳ ୧୦ ଟା ୩୩ ରୁ ୧୦ ଟା ୫୫ ମଧ୍ୟରେ ମା’ ସମଲେଇଙ୍କ ପାଖରେ ନବାନ୍ନ ଲାଗି ହେବ । ପ୍ରତିବର୍ଷ ଜନ୍ମାଷ୍ଟମୀ ପରଦିନ ସମ୍ବଲପୁର ଠାରେ ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ନୂଆଁଖାଇ ଲଗ୍ନ ସ୍ଥିର କରିଥାନ୍ତି । ପୂର୍ବରୁ ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସ ଠାରେ ନୂଆଁଖାଇ ଲଗ୍ନ ତାରିଖ ଓ ସମୟ ଘୋଷଣା କରାଯାଇଥିଲା । ସୂଚନା ଅନୁଯାୟୀ, ୨୮ ତାରିଖ ଦିନ ୯ଟା ୪୭ ମିନିଟ୍ରୁ ୧୧ଟା ୧୧ ମିନିଟ୍ ମଧ୍ୟରେ ନବାନ୍ନ ଲାଗି ହେବ । ପ୍ରତିବର୍ଷ ବଲାଙ୍ଗିର ଜିଲ୍ଲାରେ ପ୍ରଥମେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଥାଏ । Post navigation ବାଲିପାଟଣାରେ ସମ୍ପତ୍ତି ପାଇଁ ପୁଅକୁ ଜାଳିଦେବା ଘଟଣାରେ ୩ ଗିରଫ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ