ଭିଜିଲାନ୍ସ ହାତରେ ସ୍ୱାସ୍ଥ୍ୟକର୍ମୀ । ଲାଞ୍ଚ ନେବାବେଳେ ରାୟଗଡ଼ା ମୁନିଗୁଡା ସିଏଚସି ସ୍ୱାସ୍ଥ୍ୟକର୍ମୀ କୁଞ୍ଜବିହାରୀ ରାଉତଙ୍କୁ ଧରିଛି ଭିଜିଲାନ୍ସ। ଜନ୍ମ ସାର୍ଟିଫିକେଟ ସଂଶୋଧନ ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ ହୋଇଛନ୍ତି କୁଞ୍ଜବିହାରୀ । ଏହା ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୁଞ୍ଜ ବିହାରୀଙ୍କ ଲିଙ୍କରେ ଦୁଇଟି ସ୍ଥାନରେ ଏକାକାଳୀନ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍ ।

ସୂଚନା ଯୋଗ୍ୟ; ରାୟଗଡ଼ାର ମୁନିଗୁଡ଼ା ହସ୍ପିଟାଲରେ ଜନ୍ମଗତ ପ୍ରମାଣପତ୍ର ଦେବା ପାଇଁ ଜଣେ ଚାଷୀଙ୍କ ଠାରୁ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଜଣକ ୬ ହଜାର ଟଙ୍କା ମାଗିଥିଲେ । ତେବେ ପୂର୍ବରୁ ୩ ହଜାର ଟଙ୍କା ନେଇଥିଲେ। ଏହାପରେ ଚାଷୀ ଜଣଙ୍କ ଭିଜିଲାନ୍ସକୁ ସୂଚନା ଦେଇଥିଲେ । ପୁର୍ବ ଯୋଜନା ମୁତାବକ  ଆଜି ଆଉ ୩ ହଜାର ଟଙ୍କା ନେବାବେଳେ ଧରିଥିଲା ଭିଜିଲାନ୍ସ ।

Leave a Reply

Your email address will not be published. Required fields are marked *