ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ରାଜ୍ୟ କ୍ୟାବିନେଟର ୨୪ତମ ବୈଠକ । ଏହି ବୈଠକରେ ୭ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍ରେ ଅନୁମୋଦନ ମିଳିଛି । କ୍ୟାବିନେଟ୍ ବୈଠକ ପରେ ଏ ନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ସେ କହିଛନ୍ତି କ୍ୟାବିନେଟ ବୈଠକରେ ମୋଟ ୬ ଟି ବିଭାଗର ୦୭ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ ମିଳିଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୧ଟି, ସମବାୟ ବିଭାଗ ର ୧ ଟି, ଅର୍ଥ ବିଭାଗର ୧ଟି, ଗୃହ ଓ ନଗର ଉନ୍ନୟନ ବିଭାଗର ୨ ଟି, ବାଣିଜ୍ୟ ଓ ପରିବହନ ବିଭାଗର ୧ଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧ଟି ଏହିପରି ମୋଟ ୭ଟି ପ୍ରସ୍ତାବ ଆଗତ ପୂର୍ବକ ସମସ୍ତ ପ୍ରସ୍ତାବ କ୍ୟାବିନେଟ ବୈଠକ ରେ ପାରିତ ହୋଇଛି । ସଂଗ୍ରାହଳୟଗୁଡ଼ିକର ସୁପରିଚାଳନା ଓ ସମନ୍ୱୟ ପାଇଁ ସ୍ଥାପନ ହୋଇଥିବା ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟର ପରିଚାଳନା ନିମନ୍ତେ କ୍ୟାଡର୍ ନିଯୁକ୍ତି ପାଇଁ ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିରେ ୩୯ ଜଣ ନିଯୁକ୍ତି ପାଇବେ । ଯାହାକି ପୂର୍ବରୁ ୧୭ ଟି ପଦବୀ ଥିଲା । ଜଣେ ଓଏଏସ କିମ୍ବା ଆଇଏଏସ୍ ସ୍ତରର ଅଧିକାରୀ ଏହାର ପରିଚାଳନା ଦାୟିତ୍ୱରେ ରହିବେ । ସେହିପରି ସମବାୟ ବିଭାଗ ପକ୍ଷରୁ ୩୮ଟି ମଣ୍ଡିକୁ ମଡେଲ ମଣ୍ଡି କରାଯିବ । ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ଆଦର୍ଶ ମଣ୍ଡି ରହିବ । ଏଥିପାଇଁ ୩୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏହା ସହ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଆସିଥିବା ସରକାରୀ ନର୍ସିଂ କଲେଜ ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି । ୮ଟି ସରକାରୀ ନର୍ସିଂ କଲେଜ ପ୍ରତିଷ୍ଠା ହେବ ଏବଂ ଓଡ଼ିଶା ନର୍ସିଂ ଏଜୁକେସନ ସର୍ଭିସ୍ ରୁଲ୍ ୨୦୨୫କୁ ମଧ୍ୟ ପ୍ରସ୍ତାବ ପାରିତ ହୋଇଛି । ସେହିପରି ସମ୍ବଲପୁରରେ ୨୪ ଘଣ୍ଟିଆ ପାଣି ପ୍ରକଳ୍ପକୁ ଅନୁମୋଦନ ସହ ୧୧୦ଟି ସହରାଞ୍ଚଳରେ LED ସାର୍ବଜନୀନ ଷ୍ଟ୍ରିଟ୍ ଲାଇଟକୁ ମଞ୍ଜୁରୀ ମିଳିଛି । ଏହି LED ସାର୍ବଜନୀନ ଷ୍ଟ୍ରିଟ୍ ଲାଇଟ ପାଇଁ ବ୍ୟୟ ହେବ ୩୫୦.୦୪ କୋଟି ଟଙ୍କା । ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆଗତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ରେ ବିଶ୍ବସ୍ତରୀୟ MRO ସୁବିଧାକୁ ଅନୁମୋଦନ ମିଳିଛି । Post navigation ନିର୍ବାଚନ ପୂର୍ବରୁ ରାଜ୍ୟରେ ପୁନର୍ଗଠନ ହେବ ପଞ୍ଚାୟତ ଓ ବ୍ଲକ୍ ଭିଜିଲାନ୍ସ ଜାଲରେ ମୁନିଗୁଡାର ସ୍ୱାସ୍ଥ୍ୟକର୍ମୀ