ପୋଲିସ ହାତରେ ଧରାପଡିଲେ ନକଲି ଗୁମାସ୍ତା। ପୁରୀ ସିଂହଦ୍ଵାର ଓ ଟାଉନ ଥାନା ପୋଲିସ ୧୨ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଏନ୍‌ଏସ୍ ଧାରା ୧୧୧ ଅନୁଯାୟୀ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ପଠାଯାଇଛି । ଅସାମାଜିକ ବ୍ୟକ୍ତି ଏବଂ ଗୁଣ୍ଡାମାନେ ନିଜକୁ ମନ୍ଦିର ଗୁମାସ୍ତା ପରିଚୟ ଦେଇ ପୁରୀକୁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରୁଥିଲେ ନକଲି ଗୁମାସ୍ତା। ତେଣେ ଏମାନଙ୍କ ନିକଟରୁ ୧୪ ଟି ମୋବାଇଲ୍ ଫୋନ୍, ନଗଦ ୨୦,୦୦୦ ଟଙ୍କା ଜବତ କରାଯାଇଛି।

ଅଭିଯୁକ୍ତ ମାନେ ହେଉଛନ୍ତି ହରଚଣ୍ଡିସାହୀ ନାଗାମଠ ଲେନର ପ୍ରଦିପ କୁମାର ବେହେରା, ବଳରାମ ବଡପଣ୍ଡା, ଲୋକନାଥ ରୋଡର ମହିମା ପ୍ରସାଦ ବରାଳ , ବାସେଳିସାହୀ ମନୋରଜନ ସାହୁ, ମାଟିମଣ୍ଡପସାହୀର ଜଗନ୍ନାଥ ଦାସ, ମାର୍କଣ୍ଡେଶ୍ୱର ସାହିର ଅର୍ଜୁନ ପୃଷ୍ଟି, ମଣି ମହାସୁଆର ବଗିଚାର ଜଗନ୍ନାଥ ମିଶ୍ର , ଲୋକନାଥ ଘାଟରୁ ମହେଶ୍ୱର ଦାସ,ନୁଆ ପାଟଣା ଗଳିର ସନ୍ତୋଷ ରାଉତ,ଦୋଳମଣ୍ଡପ ସାହିର ସୋନୁ ଦାସ, ମାର୍କଣ୍ଡେଶ୍ୱର ସାହିର ପ୍ରଦୀପ ତ୍ରୀପାଠୀ ଓ ସାଗର ରଥ ବୋଲି ଜଣାପଡ଼ିଛି।

ସୂଚନା ଯୋଗ୍ୟ ପୁରୀ ପୋଲିସ ଏକ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇବା ପରେ ନକଲି ଗୁମାସ୍ତାଙ୍କୁ ଧରିବାକୁ ଅପରେସନ ଆରମ୍ଭ ହୋଇଥିଲା। ଅସାମାଜିକ ବ୍ୟକ୍ତି ଏବଂ ଗୁଣ୍ଡାମାନେ ନିଜକୁ ମନ୍ଦିର ଗୁମାସ୍ତା ପରିଚୟ ଦେଇ ପୁରୀକୁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରୁଛନ୍ତି। ଏହି ବ୍ୟକ୍ତିମାନେ ନିୟମିତ ଭାବରେ ବଡ଼ଦାଣ୍ଡ ଏବଂ ପରିକ୍ରମା ରାସ୍ତାରେ ଏକତ୍ରିତ ହୋଇ ଭକ୍ତମାନଙ୍କୁ ବିଶେଷକରି ଅଣ-ଓଡ଼ିଆମାନଙ୍କୁ ଟାର୍ଗେଟ କରୁଥିବା । ଦୁଇଦିନ ଧରି ସ୍ୱତନ୍ତ୍ର ପୋଲିସ ଟିମ୍ ଏହି ବ୍ୟକ୍ତିମାନଙ୍କ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିଥିଲେ। ଏହା ପରେ ବ୍ୟକ୍ତିମାନଙ୍କୁ ସଫଳତାର ସହ ଗିରଫ କରିଥିଲା ପୋଲିସ। ପଚରାଉଚୁରା କରିବା ପରେ ଏହା ପ୍ରମାଣିତ ହୋଇଥିଲା ଯେ ସେମାନଙ୍କର ଶ୍ରୀଜଗନ୍ନାଥ ମନ୍ଦିରର ରୀତିନୀତି କିମ୍ବା ପରମ୍ପରା ସହିତ କୌଣସି ସମ୍ପର୍କ ନାହିଁ।

Leave a Reply

Your email address will not be published. Required fields are marked *