Naveen Targets Government Over SI Recruitment
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ଆଉ ଜଣେ ଛାତ୍ରୀ ନ୍ୟାୟ ପାଇଁ ନିବେଦନ କରିବା ପରେ ହତାଶ ହୋଇ ଆତ୍ମାହୂତି ଦେଇଥିବା ଘଟଣାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।
 
ଶୋକସନ୍ତପ୍ତ ପରିବାରରକୁ ସମବେଦନା ଜଣାଇବା ସହିତ ପଟ୍ଟନାୟକ କହିଛନ୍ତି ଯେ, ଗୋଟିଏ ମାସ ମଧ୍ୟରେ, ତିନୋଟି ଯୁବତୀ ସମାନ ପରିସ୍ଥିତିରେ ଜୀବନ ହରାଇଛନ୍ତି । ପୋଲସ ପ୍ରଶାସନର ଉଦାସୀନତା ଯୋଗୁଁ ତିନିଟି ଝିଅ ସ୍ପଷ୍ଟ ଦିବାଲୋକରେ ମୃତ୍ୟୁବରଣ କଲେ ।
 
ପ୍ରାୟ ପ୍ରତିଦିନ ରାଜ୍ୟ ସାରା ମହିଳାମାନଙ୍କ ବିରୁଦ୍ଧରେ ଏପରି ଅନେକ ଜଘନ୍ୟ ଅପରାଧ ରିପୋର୍ଟ ଆସୁଛି । ରାଜ୍ୟ ବିଜେପି ସରକାର ଜାଗ୍ରତ ହେବା ପୂର୍ବରୁ ଆଉ କେତେ ଶବଦାହ ଚିତା ଜଳିବାକୁ ପଡିବ? ବିଜେପି ସରକାର କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଆଉ କେତେ ମାଆଙ୍କୁ ସେମାନଙ୍କ ଝିଅଙ୍କ ପାଉଁଶ ଧରିବାକୁ ପଡିବ? ଏହା ରାଜ୍ୟ ବିଜେପି ସରକାରଙ୍କ ଚରମ ଅବହେଳା ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *