ଆଜି ୬ ଘଣ୍ଟିଆ ପୁରୀ ବନ୍ଦ ପାଳନ। ପୁରୀରେ ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦେବା ସହ ଅଭିଯୁକ୍ତଙ୍କୁ ଧରିବା ଦାବିରେ ବିଜେଡିର ହରତାଳ। ଗାଡ଼ି, ମୋଟର, ଦୋକାନ ବଜାର ବନ୍ଦ କଲେ ବିଜେଡି କର୍ମୀ। ସକାଳ ୬ ଟାରୁ ଦିନ ୧୨ ଟା ଯାଏଁ ବନ୍ଦ ପାଳନ କରାଯିବ। ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଗାଡ଼ି। ଫଳରେ ଯାତ୍ରୀଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସୂଚନା ଯୋଗ୍ୟ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଜୁଲାଇ ୧୯ତାରିଖରେ ବଳଙ୍ଗା ପୀଡ଼ିତାଙ୍କ ଦେହରେ ନିଆଁ ଲାଗିଥିବାବେଳେ ୨ତାରିଖରେ ଦିଲ୍ଲୀ ଏମସରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା । ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ପୀଡ଼ିତାଙ୍କ ମୃତ୍ୟୁ ଏବେ ସମ୍ପୂର୍ଣ୍ଣ ରହସ୍ୟ ଘେରରେ ରହିଥିବା ନେଇ ବିଜେଡି କହିଛି। ତେଣୁ ବିଜେଡି ପକ୍ଷରୁ ଆଜି ୬ ଘଣ୍ଟା ବନ୍ଦ ଡାକରା ଦିଆଯାଇଛି। ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବା ସହ ଘଟଣାର ସତ୍ୟତା ସାମ୍ନାକୁ ଆଣିବାକୁ ଦାବି କରିଛି ଦଳ । ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିଲା, ବାଲେଶ୍ୱରର ଏଫ୍ଏମ୍ କଲେଜ ଘଟଣା ଭଳି, ବଳଙ୍ଗା ପୀଡ଼ିତାଙ୍କ ପରିବାର ଉପରେ ଚାପ ପ୍ରୟୋଗ କରି ବୟାନ ବଦଳାଇବା ପାଇଁ ବାଧ୍ୟ କରାଯାଇଛି । ପ୍ରଥମ ଦିନରୁ ପୀଡ଼ିତା ଓ ତାଙ୍କ ମା’ ନିଜେ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରି ଏତଲା ଦାୟର କରିଥିଲେ । ପରବର୍ତ୍ତୀ ପରିସ୍ଥତିରେ ଦୁର୍ବୃତ୍ତଙ୍କୁ ବଞ୍ଚାଇବା ପାଇଁ ଶାସକ ଦଳର ଚାପରେ ପୁଲିସ ତଦନ୍ତର ମୋଡ଼ ବଦଳାଇ ଦେଇଥିଲେ। Post navigation ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ ଟାରିଫ୍ ବିବାଦ ମଧ୍ୟରେ ମୋଦିଙ୍କ କଡ଼ା ବାର୍ତ୍ତା; ଚାଷୀଙ୍କ ସ୍ବାର୍ଥ ସହ କେବେ ସାଲିସ୍ କରାଯିବ ନାହିଁ