Mahanadi Water Dispute Tribunal hearing deferred to Sep 6
ମହାନଦୀ ଜଳ ବିବାଦକୁ ନେଇ ଆସିଲା ବଡ଼ ଖବର । ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦର ସମାଧାନକୁ ନେଇ ଆପୋସ ଆଲୋଚନା ଦିଗରେ ପର୍ଯ୍ୟାପ୍ତ ଅଗ୍ରଗତି ହୋଇଛି । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଜି ଟ୍ରିବ୍ୟୁନାଲରେ ହେବାକୁ ଥିବା ଶୁଣାଣି ସେପ୍ଟେମ୍ବର ୬ ତାରିଖକୁ ଘୁଞ୍ଚିଛି ।
 
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ନୁଦେବ ପ୍ରତିଉତ୍ତର ଦେଇଛନ୍ତି । ମହାନଦୀ ଜଳ ବିବାଦ ସମ୍ପର୍କରେ ଆପୋଷ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଚିଠି ମାଧ୍ୟମରେ ଜଣାଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ । 
 
ଗତ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠି ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସହମତି ଦେଇ ଏହା ବିଚାରାଧୀନ ଅଛି ବୋଲି ଚିଠିରେ ସ୍ପଷ୍ଟ କରିଛନ୍ତି । ଆପୋସ ସମାଧାନ ଉଦ୍ୟମ କଥା ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଛି ଏବଂ ଓଡ଼ିଶାର ଆନ୍ତରିକତା ପାଇଁ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ପ୍ରଶଂସା କରିଛନ୍ତି ବୋଲି ଓଡ଼ିଶାର ଆଡ୍‌ଭୋକେଟ୍‌ ଜେନେରାଲ୍‌ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି । ଦେଶର ଗୃହ ମନ୍ତ୍ରୀ ମଧ୍ୟ ଏଥିରେ ହସ୍ତକ୍ଷେପ କରିଛନ୍ତି ବୋଲି ଆଚାର୍ଯ୍ୟ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *