ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ରେଡ୍ କରିଛି । ଭୁବନେଶ୍ୱର, କଳାହାଣ୍ଡି ଓ ନବରଙ୍ଗପୁର ସମେତ ଦୟାନିଧିଙ୍କ ୮ ଟି ଠିକଣାରେ ଭିଜିଲାନ୍ସ ରେଡ୍ ଚାଲିଛି। ଏହି ରେଡ୍ ବେଳେ ଦୟାନିଧିଙ୍କ ନାଁରେ ୫୭ ଏକର ଜମି, ଦୁଇଟି ଫାର୍ମହାଉସ୍ ଏବଂ ଏକ ସପିଂ କମ୍ପ୍ଲେକ୍ସ ଠାବ ହୋଇଛି । ଭୁବନେଶ୍ୱର ଗୋଠପାଟଣାରେ 3-BHK, ଚନ୍ଦ୍ରଶେଖରପୁରରେ ବିଲ୍ଡିଂ, ନବରଙ୍ଗପୁରରେ ୩ ହଜାର ବର୍ଗଫୁଟର ଏକ ନିର୍ମାଣାଧୀନ କୋଠା, ନବରଙ୍ଗପୁରରେ ସପିଂ କମ୍ପ୍ଲେକ୍ସ, ୪୦ ଏକରର ଫାର୍ମ ହାଉସ୍ ଠାବ ହୋଇଛି । ୪୦ ଏକରର ଫାର୍ମ ହାଉସ୍ରେ ପ୍ରାୟ ୧ କୋଟିର ବିନିଯୋଗ ହୋଇଥିବା ସୂଚନା ମିଳିଛି । ତଦନ୍ତ ସମୟରେ ୫୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଏବଂ ଏକ ଚାରି ଚକିଆ ବେନାମୀ ଗାଡ଼ି ମଧ୍ୟ ଜବତ କରାଯାଇଛି । Post navigation ସମ୍ପୂର୍ଣ୍ଣ ତ୍ରୁଟିରେ ରଥଯାତ୍ରା ହୋଇଛି କହିଲେ ପ୍ରସନ୍ନ ଆଚାର୍ଯ୍ୟ ଜନ ଶୁଣାଣି ଚାଲିଥିବା ବେଳେ ଅଫିସରେ ପଶି ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼; ୩ ଗିରଫ