କୋଲକାତାର ଆରଜି କର ମେଡିକାଲ ଓ ହସ୍ପିଟାଲରେ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବର୍ଷେ ନ ପୁରୁଣୁ ଏବେ ଆଉ ଏକ ଲୋମହର୍ଷଣକାରୀ ମାମଲା ଆସିଛି । କସବା ଆଇନ ମହାବିଦ୍ୟାଳୟ ପରିସର ଭିତରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଛାତ୍ରୀ । ଅଭିଯୋଗ ଆଧାରରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ସେହି କଲେଜର ଛାତ୍ର ହୋଇଥିବାବେଳେ ଅନ୍ୟ ଜଣେ ପୁରାତନ ଛାତ୍ର ଥିବା ଜଣାପଡ଼ିଛି । ଏହି ମାମଲାର ସାମ୍ନାକୁ ଆସିବା ପରେ ଘଟଣାରେ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ ।କୋଲ୍‌କାତା ପୋଲିସ କମିଶନରଙ୍କୁ ଏ ନେଇ ଚିଠି ଲେଖିଲେ ମହିଳା କମିଶନ । ୩ ଦିନରେ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଥିବା ଜଣାପଡିଛି ।

ସୂଚନା ଯୋଗ୍ୟ; ଜୁନ ୨୫ ସନ୍ଧ୍ୟା ୭ଟା ୩୦ରୁ ରାତି ୧୦ଟା ୫୦ ମଧ୍ୟରେ କଲେଜ ପରିସରରେ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଜଣାପଡିଛି। ଅଭିଯୋଗ ମିଳିବା ପରେ ପୀଡିତାଙ୍କ ଡାକ୍ତରୀ ମାଇନା କରାଯାଇ, ସାକ୍ଷୀମାନଙ୍କ ବୟାନ ରେକର୍ଡ କ କରାଯାଇଛି । ଏହା ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରାଯାଇଛି । କଲେଜ ପରିସରକୁ ବର୍ତ୍ତମାନ ସିଲ୍ କରି ଦିଆଯାଇଛି । ଯଦ୍ୱାରା ଫରେନ୍ସିକ ଟିମ୍ ତଦନ୍ତକୁ ତ୍ୱରାନିତ କରିପାରିବେ । କସବା ପୋଲିସ ପୀଡିତାଙ୍କ ଅଭିଯୋଗ ଆଧାରରେ ଏଫଆଇଆର ରୁଜୁ କରାଯାଇ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୂର୍ବତନ ଛାତ୍ର, ଜଣେ ବର୍ତ୍ତମାନର ଏବଂ କଲେଜ କର୍ମଚାରୀ ସାମିଲ ଅଛନ୍ତି ।ପୋଲିସ ତିନି ଅଭିଯୁକ୍ତଙ୍କ ମୋବାଇଲ ଜବତ କରିଛି । ସେମାନଙ୍କୁ ଆଜି ଅଲିପୁର ଅଦାଲତରେ ହାଜର କରାଯିବ ।

Leave a Reply

Your email address will not be published. Required fields are marked *