ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି । ମୁମ୍ବାଇର କୋକିଳା ବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ନବୀନଙ୍କର ସର୍ଭାଇକଲ ଆର୍ଥରାଇଟିସର ଅସ୍ତ୍ରୋପଚାର କରାଯାଇଛି । ଆଗାମୀ ଦୁଇ ଦିନ ପାଇଁ ଡାକ୍ତରଙ୍କ ନିରୀକ୍ଷଣରେ ରହିବେ ନବୀନ । ଏ ନେଇ ଆଜି ସୂଚନା ଦେଇଛନ୍ତି ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ।

ସେ କହିଛନ୍ତି ନବୀନଙ୍କ ଅପରେସନରେ ଭାରତର ସବୁଠୁ ଭଲ ସ୍ପାଇନ ସର୍ଜନ ନିୟୋଜିତ ଥିଲେ । ନବୀନଙ୍କ ସ୍ପାଇନରେ ଅଷ୍ଟିଓପୋରୋସିସ୍ ହୋଇ ତାଙ୍କୁ ଯନ୍ତ୍ରଣା ଅନୁଭବ ହେଉଥିଲା । ନବୀନଙ୍କ ମୋଟ ୪ ଘଣ୍ଟାର ଅପରେସନରେ ୨ ଘଣ୍ଟାର ମେଜର ଅପରେସନ ରହିଥିଲା । ଏହି ଅସ୍ତ୍ରପଚାରରେ କୋଏମ୍ବାଟୁରର ଗଙ୍ଗା ହସ୍ପିଟାଲର ଡକ୍ଟର ରାଜଶେଖରଙ୍କ ସହ କୋକିଳାବେନ୍ ହସ୍ପିଟାଲର ହେଡ୍ ଅଫ ଦି ସ୍ପାଇନ ସର୍ଜରୀ ଓ ଆସିଷ୍ଟାଣ୍ଟ ଟିମ୍ ଏହି ସର୍ଜରୀରେ ନିୟୋଜିତ ଥିଲେ । ବର୍ତ୍ତମାନ ସେ ରିକୋଭରି ରୁମରେ ଅଛନ୍ତି ଏବଂ ସୁସ୍ଥ ଅଛନ୍ତି । ଦୁଇ ଦିନ ଯାଏଁ ଅବଜରଭେସନରେ ରହିବେ । ୪ରୁ ୫ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହେବେ ।

ସୂଚନା ଯୋଗ୍ୟ; ଅସ୍ତ୍ରୋପଚାର ପାଇଁ ଜୁନ ୨୦ ତାରିଖରେ ମୁମ୍ବାଇ ଯାଇଥିଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରୁ ଏୟାରପୋର୍ଟ ଅଭିମୁଖେ ବାହାରିବା ସମୟରେ ବହୁ ସଂଖ୍ୟାରେ ବିଜେଡି କର୍ମୀ ଓ ତାଙ୍କ ପ୍ରଶଂସକ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *