ଭୁବନେଶ୍ୱର କ୍ୟାପିଟାଲ ଥାନା ଅଧିକାରୀ ଗୁରୁତର । ଭୁବନେଶ୍ୱର ବଡ଼ଗଡ଼ ନିକଟରେ ଦୁର୍ଘଟଣା ଶିକାର ହେଲେ କ୍ୟାପିଟାଲ ଥାନା IIC ଦୟା ନାୟକ । ସ୍କୁଟିରେ ଯାଉଥିବା ବେଳେ ପଛରୁ ଧକ୍କା ଦେଲା ମଦ୍ୟପ କାର ଚାଳକ । ଦୁର୍ଘଟଣାରେ ଦୟାନିଧିଙ୍କ ମୁଣ୍ଡ ଓ ଶରୀର ଲାଗିଛି ଶକ୍ତ ଆଘାତ ଲାଗିଥିବା ଜଣାପଡିଛି । ଧକ୍କା ଦେଇଥିବା କାର ଚାଳକ ଅଟକ ରଖାଯାଇଥିବା ସୂଚନା । ଗୁରୁତର ଅବସ୍ଥାରେ ଦୟାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ୍ ପରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ୍ ସୂଚନା ଅନୁସାରେ, ଗତକାଲି ଶନିବାର ମଧ୍ୟରାତ୍ରିରେ କ୍ୟାପିଟାଲ ଥାନାର ଭାରପ୍ରାପ୍ତ ଅଧିକାରୀ ଦୟା ନାୟକ ଘରକୁ ନିଜ ସ୍କୁଟି ଯୋଗେ ଫେରୁଥିବା ବେଳେ ଜଣେ ମଦ୍ୟପ ଗାଡି ଚାଳକ ନିଜ ଗାଡ଼ି ଆଣି ଇନ୍ସପେକ୍ଟର ଦୟା ନାୟକଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଦୟା ତଳେ ପଡିଯାଇ ଆହାତ ହୋଇଥିଲେ। ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ଏହା ସହ ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇ ଥିବା କାର୍ ଆଉ ମଦ୍ୟପ ଚାଳକଙ୍କୁ ମଧ୍ୟ କାବୁ କରି ପୋଲିସର ଜିମା ଦେଇଥିଲେ। Post navigation ଇରାନ୍ ଉପରେ ବଡ଼ ଆଟାକ୍; ୩ଟି ପରମାଣୁ ଘାଟି ଉପରେ ବୋମାମାଡ଼ କଲା ଆମେରିକା ଆମେରିକାର ଆକ୍ରମଣ ପରେ ଇରାନ୍ର ପ୍ରତି ଆକ୍ରମଣ; ଇସ୍ରାଏଲ ଉପରେ ଘନ ଘନ ମିସାଇଲ ମାଡ