କିଛି ଦିନର ବର୍ଷା ଓ କୋହଲା ପାଗ ପରେ ରାଜ୍ୟକୁ ଅସହ୍ୟ ତାତି ଓ ଗୁଳୁଗୁଳି ଫେରିଛି । ଆଜି ସକାଳୁ ୩୩ ଡିଗ୍ରୀ ଟପିଲାଣି ରାଜଧାନୀ ଭୁବନେଶ୍ବର ତାପମାତ୍ରା । ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୩.୪ ଡିଗ୍ରୀ ରେକର୍ଡ କରାଯାଇଛି। ୬୭.୨% ଆଦ୍ରତା ଥିବାରୁ ସକାଳୁ ଗୁଳୁଗୁଳି ଅନୁଭୂତ ହୋଇଛି ।

ସେହିପରି ବାଲେଶ୍ବର ସର୍ବାଧିକ ୩୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ପୁରୀ ୩୪.୬, ଚାନ୍ଦବାଲି ୩୩.୪, ପାରାଦୀପ ୩୨.୮ ଡିଗ୍ରୀ ରେକର୍ଡ ହୋଇଛି। ଆଗାମୀ ଦିନରେ ତାପମାତ୍ରା ଅସହ୍ୟ ହେବାର ସମ୍ଭାବନା ରହିଛି । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *