ଅଫିସିଆଲ୍ ଷ୍ଟାଟସ୍ ବାହାରକୁ ଯାଇ କାର୍ଯ୍ୟ କରୁଥିବା ଅଭିଯୋଗରେ ଆଉ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଭାରତ ଛାଡିବାକୁ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ । ପାକିସ୍ତାନ ହାଇ କମିଶନରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପୃକ୍ତି ନେଇ ୨୪ ଘଣ୍ଟା ଭିତରେ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ ଭାରତ ସରକାର ନୂଆ ଦିଲ୍ଲୀରେ ଥିବା ପାକିସ୍ତାନ ହାଇ କମିଶନରେ କାର୍ଯ୍ୟରତ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଭାରତରେ ତାଙ୍କ ସରକାରୀ ପଦବୀ ସହ ସଙ୍ଗତିପୂର୍ଣ୍ଣ ନଥିବା କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ, ପର୍ସୋନା ନନ୍ ଗ୍ରାଟା ଘୋଷଣା କରିଛନ୍ତି । ଯେପରି କେହି ପଦବୀର ଅପବ୍ୟବହାର ନ କରନ୍ତି, ପାକିସ୍ତାନ ହାଇକମିଶନ ମୁଖ୍ୟଙ୍କୁ ଏନେଇ ପୂର୍ବରୁ ତାଗିଦ୍ କରାଯାଇଥିଲା । Post navigation ଆକାଶ ସୀମା କଟକଣା ବଢ଼ାଇଲା ପାକିସ୍ତାନ