କଟକ କାଠଯୋଡିରେ ଅଘଟଣ । ନଦୀରେ ବୁଡି ଜଣେ ଇଞ୍ଜିନିୟର ମୃତ ହୋଇଥିବା ବେଳେ ଆଉ ଜଣେ ଇଞ୍ଜିନିୟର ବୁଡ଼ି ନିଖୋଜ ରହିଛନ୍ତି । କଟକର ସିଡିଏ- ୧୦ ବୀରେନ ମିତ୍ର ପାର୍କ ନିକଟରେ ନିକଟରେ ଘଟିଛି ଏହି ଘଟଣା । ଏହି ଦୁଇ ଜଣ ଯୁବକ ଏଲ୍ଏଣ୍ଡଟି କମ୍ପାନୀରେ କାମ କରୁଥିଲେ । ଏସସିବି ମେଡିକାଲ ସମ୍ପ୍ରସାରଣ କାମରେ ନିୟୋଜିତ ଥିଲେ ନିଖୋଜ ଉଭୟ ଯୁବକ । ତେବେ ଅଗ୍ନିଶମ ବାହୀନି ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ଯୋଗ୍ୟ; କଟକ ସିଡିଏ ବୀରେନ ମିତ୍ର ପାର୍କ ନିକଟରେ ୪ ଜଣ ଇଞ୍ଜିନିୟର ଗାଧୋଇବାକୁ ଆସିଥିଲା ବେଳେ ଅଘଟଣ ଘଟିଥିଲା । ମୃତ ଓ ନିଖୋଜ ଥିବା ଇଞ୍ଜିନିୟର ଦୁଇଜଣ ମହାରାଷ୍ଟ୍ରର ହୋଇଥିବା ବେଳେ ଗାଧୋଇବା ବେଳେ ପାଣିର ଗଭୀରତା ନେଇ ଅବଗତ ନ ଥିବାରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *