ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହାର ୧୦୧ତମ ଐତିହାସିକ ପ୍ରକ୍ଷେପଣ ସମୟରେ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସଫଳ ହେଲାନି ସାଟେଲାଇଟ୍ EOS-09ର ଉତ୍କ୍ଷେପଣ। ଇସ୍ରୋ ରବିବାର PSLV-C61 ରକେଟ୍ ସାହାଯ୍ୟରେ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହକୁ ଉତ୍କ୍ଷେପଣ କରିପାରିଲା ନାହିଁ। ଏ ନେଇ ଆଜି ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ । ସେ କହିଛନ୍ତି ଯେ ତୃତୀୟ ପର୍ଯ୍ୟାୟ ଲଞ୍ଚିଂ ବେଳେ ବାଧା ଉପୁଜିବାରୁ ମିଶନ୍ ସମାପ୍ତ ହୋଇପାରିଲା ନାହିଁ। ଏହାରି ଉପରେ ଅନୁଧ୍ୟାନ କରାଯାଉଛି। ସେ କହିଛନ୍ତି ଯେ ଆଜି ଆମେ PSLV-C61 ଲଞ୍ଚ କରିବାକୁ ଚେଷ୍ଟା କରିଛୁ। ଏହା ଚାରୋଟି ପର୍ଯ୍ୟାୟରେ ଗଠିତ। ପ୍ରଥମ ୨ଟି ପର୍ଯ୍ୟାୟରେ ପ୍ରଦର୍ଶନ ଆଶାନୁରୂପ ଥିଲା। ତୃତୀୟ ପର୍ଯ୍ୟାୟରେ ଆମେ ପର୍ଯ୍ୟବେକ୍ଷଣ ଦେଖିଲୁ… ମିଶନ୍ ସଫଳ ହୋଇପାରିଲା ନାହିଁ। ସୂଚନା ଯୋଗ୍ୟ; ଇସ୍ରୋ ରବିବାର ସକାଳ ୫ଟା ୫୯ ମିନିଟରେ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ EOS-09 ଉତ୍ କ୍ଷେପଣ କରିଥିଲା। ଏହା ଇସ୍ରୋର ୧୦୧ତମ ମିଶନ ଥିଲା। ଆନ୍ଧ୍ର ଶ୍ରୀହରିକୋଟାରୁ ହୋଇଥିଲା ଉତ୍କ୍ଷେପଣ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ, ପୋଲାର ସାଟେଲାଇଟ୍ ଲଞ୍ଚ ଯାନ (PSLV) C-61 ଏହି ସାଟେଲାଇଟ୍ ସହିତ ମହାକାଶକୁ ଯାତ୍ରା ଆରମ୍ଭ କରିଥିଲା। Post navigation ଅସ୍ତ୍ରଶସ୍ତ୍ର କିଣିବାକୁ ପ୍ରତିରକ୍ଷା ବାହିନୀକୁ ୪୦ ହଜାର କୋଟିର ସହାୟତା ଘୋଷଣା ଆସୁଛି ଲଘୁଚାପ; ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା!