ଅପରେସନ୍ ସିନ୍ଦୂରରେ ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କବାଦୀ ଅବୁଦୁଲ ରୌଫ୍ ଅଜହର ନିପାତ । ଜୈସ୍-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହର ସାନ ଭାଇ ତଥା ଚର୍ଚ୍ଚିତ କାନ୍ଦାହାର ବିମାନ ହାଇଜ୍ୟାକର ମାଷ୍ଟର ମାଇଣ୍ଡ୍ ଅବୁଦୁଲ ରୌଫ୍ ଅଜହର ନିପାତ ହୋଇଥିବା ଜଣାପଡ଼ିଛି । ମଙ୍ଗଳବାର ରାତିରେ ଭାରତର ଅପରେସନ ସିନ୍ଦୁରର ମସୁଦ ଅଜହରର ପରିବାର ମୋଟ ୧୦ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ଏଥିରେ ମସୁଦ ଅଜହର ଭାଇ ଅବଦୁଲ ଅଜହର ଥିବା ନେଇ ଖବର ପ୍ରକାଶ ପାଇଛି । ଆତଙ୍କୀ ଅବଦୁଲ ବିମାନ ହାଇଜ୍ୟାକ୍ ମାଷ୍ଟର ମାଇଣ୍ଡ ଅଟେ । ବାହାବରପୁରରେ ଅବଦୁଲର ମୃତ୍ୟୁ ହୋଇଥିବା କୁହାଯାଉଛି । ସୂଚନା ଯୋଗ୍ୟ; ଭାରତରେ ଜେଲରେ ବନ୍ଦୀ ଥିବା ମସୁଦ ଅଜହରକୁ ମୁକୁଳାଇବାକୁ ସେ ଯାତ୍ରୀଙ୍କ ମୁଣ୍ଡ ଜାମିନ ରଖିଥିଲା । ୧୯୯୯ ଡିସେମ୍ବର ୨୪ ତାରିଖରେ ପାକିସ୍ତାନୀ ଆତଙ୍କବାଦୀ ଇଣ୍ଡିଆନ୍ ଏୟାରଲାଇନ୍ସର ଓଉ-୮୧୪ ବିମାନକୁ ଅପହରଣ କରିନେଇଥିଲେ । ନେପାଳ ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଇଂଟରନ୍ୟାସନାଲ ଏୟାରପୋର୍ଟରୁ ଉଡ଼ାଣ ଆରମ୍ଭ କରି ଦିଲ୍ଲୀ ଆସୁଥିବା ଏହି ବିମାନକୁ ଅପହରଣ କରି କାନ୍ଦାହାରକୁ ନିଆଯାଇଥିଲା । ଜୈଶ-ଏ ମହମ୍ମଦର ମୁଖ୍ୟ ମାସୁଦ ଅଜହର, ଅଲ ଉମର ମୁଜାହିଦ୍ଦିନର ନେତା ମୁସ୍ତାକ ଅହମଦ ଜରଗର ଓ ଅଲକାଏଦା ନେତା ଅହମଦ୍ ଉମର ସଇଦ୍ ସେ ସମୟରେ ଭାରତର ଜେଲରେ ବନ୍ଦୀ ଥିଲେ । ସେମାନଙ୍କୁ ମୁକ୍ତ କରିବାକୁ ଆତଙ୍କବାଦୀମାନେ ଏହି ବିମାନକୁ ଅପହରଣ କରିନେଇ ଯାତ୍ରୀଙ୍କ ମୁଣ୍ଡ ଜାମିନ୍ ରଖିଥିଲେ । Post navigation ଭାରତର ୧୫ଟି ସହରରେ ପାକିସ୍ତାନ କରିଥିବା ମିଜାଇଲ୍ ଆକ୍ରମଣ ଉଦ୍ୟମ ଭଣ୍ଡୁର ଜୁନ୍ ମାସରୁ ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ଉଡ଼ିବ ବିମାନ