ତିନି ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଭିତରକନିକା ଜାତୀୟ ଉଦ୍ୟାନ । ମେ ୧ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ତିନି ମାସ ଧରି ବନ୍ଦ ରହିବ ଭିତରକନିକା । ବର୍ତମାନ କୁମ୍ଭୀର ମାନଙ୍କର ପ୍ରଜନନ ଋତୁ ଚାଲିଥିବା ବେଳେ ସେମାନଙ୍କ ସୁରକ୍ଷାକୁ ନେଇ ବନ୍ଦ କରାଯାଇଥିବା ଜଣାପଡିଛି । ଏହି ୩ମାସ ଭିତରକନିକା ଭିତରେ ବୋଟ ମଧ୍ୟ ଚଳାଚଳ କରିବ ନାହିଁ । ଏନେଇ ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଯୋଗ୍ୟ; ବର୍ତମାନ କୁମ୍ଭୀର ମାନଙ୍କର ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ଏହି ସମୟରେ ପର୍ଯ୍ୟଟକଙ୍କ ଉପସ୍ଥିତି କୁମ୍ଭୀରଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ । ଏବଂ ଏହି ସମୟରେ ମାଈ କୁମ୍ଭୀର ମାନେ ବିପଦ ଅନୁଭବ କରିଲେ ଆକ୍ରମଣାତ୍ମକ ହୋଇପଡନ୍ତି । ଏହି ସମୟରେ ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ କରିବା ସହିତ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ଏଠାରେ ପ୍ରବେଶ ମନା କରାଯାଇଛି । Post navigation ପ୍ରସିଦ୍ଧ ପାକ୍ ଅଭିନେତା ଓ ଅଭିନେତ୍ରୀଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ବ୍ୟାନ୍ ଭୁବନେଶ୍ୱର ବିମାନବନ୍ଦରରୁ କଟକ ବଡ଼ ମେଡିକାଲ ଯାଏଁ ସଂପ୍ରସାରଣ ହେବ ମେଟ୍ରୋ ପ୍ରକଳ୍ପ