ଆସନ୍ତା ଜନଗଣନାରେ ଜାତିଭିତ୍ତିକ ଜନଗଣନାକୁ ସାମିଲ୍ କରାଯିବ । ବୁଧବାର କ୍ୟାବିନେଟ ବୈଠକ ପରେ ଜାତିଭିତ୍ତିକ ଜନଗଣନାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ରାଜନୈତିକ ବ୍ୟାପାର ସମିତି (CCPA) ଏହି ନିଷ୍ପତ୍ତିକୁ ଅନୁମୋଦନ ଦେଇଛି। ୨୦୨୫ରୁ ୨୦୨୬ ମଧ୍ୟରେ ଆରମ୍ଭ ହେବାକୁ ଥିବା ଜନଗଣନାରେ ଜାତି ଆଧାରିତ ତଥ୍ୟ ସଂଗ୍ରହ କରାଯିବ। ଏ ନେଇ ପ୍ରଧାନମନ୍ତ୍ରୀ ଅନୁମୋଦନ କରିଥିବା ସୂଚନା ଦେଲେ ଅଶ୍ବିନୀ ବୈଷ୍ଣବ ।

ସେ କହିଛନ୍ତି ଏହି ଜାତିଭିତ୍ତିକ ଜନଗଣନା ଦେଶରେ ସାମାଜିକ ନ୍ୟାୟ ଓ ସମାନତା ପାଇଁ ନୀତି ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବିରୋଧୀ ଏହାକୁ ନେଇ କେବଳ ରାଜନୀତି କରୁଛନ୍ତି । କିନ୍ତୁ ମୋଦୀ ସରକାର ଏହି ପଦକ୍ଷେପ ନେଇ ଦେଶବାସୀଙ୍କୁ ଏକ ନୂଆ ଦିଗ ଦେବାକୁ ପ୍ରତିବଦ୍ଧ।

 

Leave a Reply

Your email address will not be published. Required fields are marked *