ଲକ୍ଷେ ଛୁଇଁଲା ସୁନା । ସୁନା ଦର ଦିନକୁ ଦିନ ନୂଆ ରେକର୍ଡ ଛୁଇଁବାରେ ଲାଗିଛି । ଆଜି ଦିନକରେ ୩ ହଜାର ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କା ଅତିକ୍ରମ କରିଛି । ଗତକାଲି ଏହା ୯୮,୩୫୦ ଟଙ୍କା ଥିବା ବେଳେ ଦିନକରେ ୩,୦୦୦ ଟଙ୍କା ଦାମ୍ ବୃଦ୍ଧି ପାଇଛି। ସେହିପରି ୨୨ କ୍ୟାରେଟ୍ ସୁନା ଦାମ୍ ୨,୭୫୦ ଟଙ୍କା ବୃଦ୍ଧି ପାଇଛି। ୧୦ ଗ୍ରାମ୍କୁ ୯୨,୯୦୦ ରହିଛି । ଗତକାଲି ଏହା ୯୦,୧୫୦ ଟଙ୍କା ରହିଥିଲା। ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ, ବିଶ୍ବର ଅର୍ଥନୈତିକ ଅସ୍ଥିରତା ଯୋଗୁ ସୁନା, ରୁପା ଦର ଆକାଶଛୁଆଁ ହୋଇଛି ।
ପ୍ରଥମ ଥର ପାଇଁ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୧ ଲକ୍ଷ ଟଙ୍କା ଅତିକ୍ରମ କରିଛି । ବର୍ତ୍ତମାନ ୨୪ କ୍ୟାରେଟ ସୁନା ୧ ଲକ୍ଷ ୧ହଜାର ୩୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ଦର ୯୨ ହଜାର ୯୦୦ ଟଙ୍କାରେ ପହଞ୍ଚିଛି। ବିଶ୍ୱ ବଜାରରେ ଅନିଶ୍ଚିତତା ଯୋଗୁ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ସମେତ ସମସ୍ତ ପ୍ରମୁଖ ସହରରେ ୨୪ କ୍ୟାରେଟ ସୁନା ମୂଲ୍ୟ ଗ୍ରାମକୁ ୧୦,୦୦୦ ଟଙ୍କାରୁ ଅଧିକ ହୋଇଛି।
ବିଶ୍ବର ଦୁଇ ବୃହତ ଅର୍ଥନୀତି ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ଟ୍ରେଡ ୱାର ଯୋଗୁ ଦର ବଢୁଥିବା କୁହାଯାଉଛି ।